ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅବତରଣ କରିଥିବା ଜଗତଜନନୀ ମାଁ ଦୂର୍ଗାଙ୍କ ନବରାତ୍ର ପୂଜା ଅବସରରେ ଆଜି ମାଁ ଦେବୀ ଦୁର୍ଗା ଅଷ୍ଟମୀ ତିଥିରେ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭବ୍ୟ ଦୁର୍ଗା ମନ୍ଦିରରେ ଚାଲିଥିବା ନବରାତ୍ର ପୂଜାର ଆଜି ସୋମବାର ଅଷ୍ଟମୀ ତିଥିରେ ମାଁ ଙ୍କ ପୂଜାରେ ମୁଖ୍ୟ କର୍ତ୍ତା ଭାବେ ସୁନିଲ ପାତ୍ର ଓ ତାଙ୍କ ଧର୍ମପତ୍ନୀ ସୁକନ୍ୟା ପାତ୍ର ଦାୟିତ୍ଵ ନିର୍ବାହ କରିଥିବା ବେଳେ ସହଯୋଗୀ କର୍ତ୍ତା ଭାବେ ଚନ୍ଦ୍ରଶେଖର ପାଣ୍ଡେ ଓ ତାଙ୍କ ଧର୍ମପତ୍ନୀ ଦୁହିତା ପାଣ୍ଡେ,କ୍ଷୀରୋଦ ଚନ୍ଦ୍ର ସାମନ୍ତରାୟ ଓ ତାଙ୍କ ଧର୍ମପତ୍ନୀ ମୌସୁମୀ ରାଣୀ ମିଶ୍ର ଉପସ୍ଥିତ ରହି ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ତୁଲାଇଥିଲେ।
ପୌରାଣିକ ତଥ୍ୟ ଅନୁସାରେ ରକ୍ତବିଜକୁ ବଧ କରିବା ପରେ ମାଁ ଦୂର୍ଗାଙ୍କ ଶରୀର କାଲା ହୋଇଯାଇଥିଲା ମାଁ ଦୁର୍ଗା ନିଜର ସୋନ୍ଦର୍ଯ୍ୟତା କୁ ଫେରାଇ ଆଣିବାକୁ ଯାଇ ମାନ ସରୋବରରେ ସ୍ନାନ କରିବା ପରେ କୌସିକି ସ୍ତ୍ରୀ ନାମରେ ପରିବର୍ତନ ହୋଇ ଶୁମ୍ଭ ଓ ନିଶୁମ୍ଭ ରାକ୍ଷାସକୁ ବଧ କରିଥିଲେ ।ମହାଗୋରୀଙ୍କ ବର୍ଣ୍ଣ ଚନ୍ଦ୍ରମା ପରି ଉଜ୍ଜଳ ରହିବାରୁ ମାଁ ଆଜି ମହାଗୌରୀ ବେଶରେ ପୂଜା ପାଉଛନ୍ତି । ଅନ୍ୟ ପକ୍ଷରେ ଭାଇର ଶୁଭ ମନାସି ପାଇଁ ଭଉଣୀ ମାନେ ଉପବାସ କରି ମାଁ ଙ୍କ ଠାରେ ରୀତି ନୀତି ଅନୁଯାଇ ପୂଜା କରୁଥିବା ଦେଖିବାକୁ ମିଳିଥିଲା l ପୂଜାରେ ମୁଖ୍ୟ ପୂଜକ ଭାବେ ସୁବାସ ଚନ୍ଦ୍ର ବଡ଼ପଣ୍ଡା,ମନ୍ଦିର ପୂଜକ ଜନାର୍ଦ୍ଦନ ଆଚାର୍ଯ୍ୟ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସହଯୋଗୀ ପୂଜକ ଭାବେ କିଶୋର ଚନ୍ଦ୍ର ନାୟକ,ସଞ୍ଜୀବ ପାଢ଼ୀ,ଦେବାଶିଷ ପୁରୋହିତ,ଶ୍ରୀନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।