ଅକ୍ଷୟ ତୃତୀୟା ରେ ଆଜ୍ଞାମାଳ ମିଳିବା ପର ଠାରୁ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଆଜି ତୃତୀୟ ଦିନରେ ରଥ ଚକର ତୁମ୍ବ କାମ ଆରମ୍ଭ ହେଉଛି ।

ମୁଖ୍ୟ ମହାରଣା ସେବକ ଚି଼ହ୍ନ ଦେବା ପରେ କରତିଆ ମାନେ ତାକୁ କାଟି ଗଡ କରନ୍ତି ଓ ତାପରେ ବାରିସୀରେ ହାଣି ସେସବୁକୁ ଗୋଲାକାର କରାଯାଏ। ଏହା ପୂର୍ବରୁ ଶ୍ରୀ ରାମ ନବମୀ ଦିନ କାଠ ଗଣ୍ଡ ମାନେରଥ ଖଳକୁ ସ୍ଥାନାନ୍ତରିତ କରାଯାଇଥିଲା।
