ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍ ଅଭାବ ରହିଛି। ଯାହାକି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ଵୀପ ଦେଶ ଛାଡିବାର କିଛି ଦିନ ପରେ ଏହା ଘଟିଛି।ସୂଚନାଯୋଗ୍ୟ ଯେ ଫେବୃଆରୀରେ ଧାର୍ଯ୍ୟ ସମୟସୀମା ପାଳନ କରି ଭାରତୀୟ କର୍ମଚାରୀମାନେ ଶୁକ୍ରବାର ଦିନ ମାଲଦ୍ୱୀପ ଛାଡିଛନ୍ତି।
ନଭେମ୍ବର 2023 ରେ କାର୍ଯ୍ୟଭାର ଗ୍ରହଣ କରିବାର କିଛି ସମୟ ପରେ ଚୀନ୍ ସମର୍ଥକ ଆଭିମୁଖ୍ୟ ପାଇଁ ଜଣାଶୁଣା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଏହି ଚୁକ୍ତିନାମା କରାଯାଇଥିଲା।ରବିବାର ମାଲେରେ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ଘାସନ୍ ମୋୖମୁନ୍ କହିଛନ୍ତି ଯେ ବିମାନ ଉଡ଼ାଣ ପାଇଁ ଲାଇସେନ୍ସପ୍ରାପ୍ତ ଲୋକ ନାହାଁନ୍ତି।
ମାଲଦ୍ୱୀପର ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ବୈଦେଶିକ ମନ୍ତ୍ରୀ ମୁସା ଜମିର କହିଛନ୍ତି ଯେ ମହମ୍ମଦ ମୁଇଜୁ ସରକାର ଏଭଳି ମନ୍ତବ୍ୟକୁ ସମର୍ଥନ କରନ୍ତି ନାହିଁ। ଏହା ଆଉ ଘଟିବ ନାହିଁ ଏବଂ ଏଭଳି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।ଏହା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ଉପଯୁକ୍ତ ପଦକ୍ଷେପ ନେଉଛୁ।