ମୟୁରଭଞ୍ଜ (ରିପୋର୍ଟ -ଜିତେନ୍ଦ୍ର ରାଜ) : କରଞ୍ଜିଆର ବାମନାଶାଳ ଠାରେ ବିଜେପି ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା କୃଷକ ମୋର୍ଚା ର ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା କୃଷକ ମୋର୍ଚା ଜିଲ୍ଲା ସଭାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କର୍ମଶାଳା ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, କୃଷକ ମୋର୍ଚା ରାଜ୍ୟ ସମ୍ପାଦକ ପାରାଉ ହେମ୍ବ୍ରମ, ଜିଲ୍ଲା ପ୍ରଭାରୀ ଶ୍ରୀଧର ସାହା, ରାଜ୍ୟକାର୍ଯ୍ୟକାରିଣୀ ସଭ୍ୟ ବିମଳ ସେନାପତି, ବରୁଣ ଦେଓ,
ଯୁବ ନେତା ଇଂ ମନୋଜ କୁମାର ସେଠୀ,ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ମୟ କୁମାର ପଲେଇ,ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀ ଝା ଙ୍କ ସମେତ ଜିଲ୍ଲା ର ସମସ୍ତ କୃଷକ ମୋର୍ଚା ପଦାଧିକାରୀ ଉପସ୍ଥିତ ଥିଲେ ବୈଠକ ରେ ସଦସ୍ୟତା ସଂଗ୍ରହ ବାବଦ ରେ ଅତିଥି ମାନେ ଉପସ୍ଥିତ ପଦାଧିକାରୀ ଙ୍କୁ ସୂଚନା ଦେଇଥିଲେ ବୈଠକ ରେ ଯୁବନେତା ଇଂ ମନୋଜ କୁମାର ସେଠୀ ଙ୍କୁ ଜିଲ୍ଲା କୃଷକ ମୋର୍ଚା ସଂଯୋଜକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବରୁଣ ମହାନ୍ତ, ଓ ବସନ୍ତ କୁମାର ମହାନ୍ତ ଙ୍କ ନିଯୁକ୍ତି ବିଷୟ ରେ ଜିଲ୍ଲା ସଭାପତି ମଦନ ମୋହନ ମହାନ୍ତ ଘୋଷଣା କରିଥିଲେ ସଭ୍ୟ ସଂଗ୍ରହ ଅଭିଯାନ ରେ ଜିଲ୍ଲା କୃଷକ ମୋର୍ଚା ପକ୍ଷ ରୁ ୧୫ ହଜାର ସଦସ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଥିଲା।