ମୃତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ସହାୟତା ପ୍ରଦାନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୃତ ନିର୍ମାଣ ଶ୍ରମିକ ଙ୍କ ନିକଟ ସମ୍ପର୍କୀୟ ଙ୍କୁ ସହାୟତା ପ୍ରଦାନ କରିଛନ୍ତି।ଶ୍ରମ ଓ ରାଜ୍ୟ ବୀମା ବିଭାଗ ଅନ୍ତର୍ଗତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୨୬୯ ଜଣ ହିତାଧିକାରୀଙ୍କୁ ମୋଟ ୨,୭୯,୬୦,୦୦୦ ଟଙ୍କାର ମୃତ୍ୟୁ କାଳୀନ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ।ଏହି ସହାୟତା ପ୍ରଦାନ ସମୟରେ ମଣ୍ଡଳ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!