ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ) :ମଦ ବିରୋଧରେ ମହିଳାଙ୍କ ମହାମେଳି l ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ଛଅ ଗ୍ରାମର ମହିଳା l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ବେଆଇନ ଭାବେ ଦେଶୀ ମଦ ବିକ୍ରି ଚାଲିଛି।ବାରମ୍ବାର ଅଭିଯୋଗ ସତ୍ୱେ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ l ଏ ନେଇ ଅଂଚଳର ମହିଳା ମାନେ ଅତିଷ୍ଠ ହୋଇ ମଦ ବିକ୍ରି ବନ୍ଦ କରିବାକୁ ଆଗକୁ ଆସିଲେଣି l ବ୍ଲକର ଉପାନ୍ତ ଦୂର୍ଜନତୈଲା ପଂଚାୟତ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରାୟତଃ ସବୁ ଗାଁରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି ମଦ ପିଇ ଅନେକ ଅସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ବହୁ ଧନ ଜୀବନ ନଷ୍ଟ ହୋଇଛି।

ମଦ ଯୋଗୁଁ ଅନେକ ପରିବାର ବେସାହାରା ହୋଇ ପଡିଛନ୍ତି। ଅନେକ ସମୟରେ ପରିବାର ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ସହିତ ଅଶାନ୍ତି ଦେଖାଦେଇଛି,, ଏଣୁ ମଦ ବନ୍ଦ କରିବା ପାଇଁ ମହିଳା ମାନେ ଏକତ୍ରିତ ହୋଇ ଅଣ୍ଟା ଭିଡିଛନ୍ତି,,ବୀରମହାରାଜପୁର ବ୍ଲକର ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି,ବରଘାଟ,ମସିଣାପାଲି, ବ୍ରାହ୍ମଣିପାଲି,ଠେଙ୍ଗୋଡେମ୍,ସାଗଜୁରୀ ଆଦି ଗ୍ରାମରେ ମଦ ବିକ୍ରି ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ କରିଛନ୍ତି।

ଉକ୍ତ ସବୁ ଗାଁ ର ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟା ମାନେ ମଦ ବିକ୍ରି ବନ୍ଦ କରିବା ପାଇଁ ବୈଠକ କରି ଦେଶୀ ମଦ ବିକ୍ରିକୁ ବିରୋଧ କରିବା ସହ ବିଭିନ୍ନ ମଦ ବିରୋଧୀ ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ,,ଏହି ଦେଶୀ ମଦ ପାଇଁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି,ମଦ ପିଇ ନାରୀମାନଙ୍କୁ ଅତ୍ୟାଚାର, ଗାଳିଗୁଲଜ ଆଦି ବହୁତ ପ୍ରକାର ପାରିବାରିକ ସମସ୍ୟା ଦେଖିବାକୁ ମିଳୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ରୀନା ଭୋଇ କହିଛନ୍ତି।ଦେଶୀ ମଦ ପାଇଁ ଗାଁ ର ଅସାମାଜିକ ପରିବେଶ ସୃଷ୍ଟି ହେଉଛି।

ଏଥିପାଇଁ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଦାବି କରିଛନ୍ତି। ଏହି ଆନ୍ଦୋଳନକୁ ରୀନା ଭୋଇ,ବିଶାଖା ପଧାନ, ଗୀତାଞ୍ଜଳି ପଧାନ,ଫଗୁନି ନାଏକ୍,ସୈଦାମିନୀ ବେହେରାମାଳି,ବାସନ୍ତି ଭୋଇ ଆଦି ପ୍ରମୁଖ ଦାୟିତ୍ଵ ନେଇ ମଦ ବନ୍ଦ ପାଇଁ ଉଦ୍ୟମ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!