ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):କିଛି ଦିନର ବ୍ୟବଧାନ ପରେ ପୁରୀରେ ପୁଣି ଜୁଇଜଣଙ୍କ ମୁଣ୍ଡ ଗଡିଛି। ମରାଣାତ୍ମ ଆକ୍ରମଣରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏପରି ଅଭାବନୀୟ ଘଟଣା ଘଟିଛି ସଦରଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ। ଯାଗାବାଡ଼ି କୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ମରଣାତ୍ମକ ଆକ୍ରମଣ ହୋଇଛି। ଏହି ଆକ୍ରମଣ ରେ ଗୋଟିଏ ପରିବାର ର ବାପ , ପୁଅର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ରବି ସ୍ୱାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁ । ଘଟଣା ସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଯାଗାବାଡିକୁ କେନ୍ଦ୍ର କରି ରବି ସ୍ୱାଇଁ ଙ୍କ ସହ ତାଙ୍କ ପୋଡଶୀ ଜଟି ପ୍ରଧାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହାକୁ ନେଇ ଅନେକ ସମୟରେ ଉଭୟ ପରିବାର ମଧ୍ୟରେ ବଚସା ଲାଗି ରହିଥିଲା। ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଗାଁରେ ଏକ ବୈଠକ ଚାଲିଥିଲା। ଏହି ସମୟରେ ଜଟି ପ୍ରଧାନ ବୈଠକ ରୁ ଚାଲି ଆସିଥିଲା। ରବି ସ୍ୱାଈଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ଜଟି ପ୍ରଧାନ ଓ ତାଙ୍କର ପୁଅ ଜଗନ୍ନାଥ ପ୍ରଧାନ , ବଳଭଦ୍ର ପ୍ରଧାନ ଓ ଜଟିଙ୍କ ସ୍ତ୍ରୀ ଆସି ଧାରୁଆ ଅସ୍ତ୍ରରେ ରବି ଓ ତାଙ୍କ ପୁଅ ପ୍ରକାଶକୁ ଆକ୍ରମଣ କରିଥିଲେ।
ଯାହାଫଳରେ ପ୍ରକାଶ ଓ ରବିଙ୍କ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ପରେ ପରିବାର ଲୋକ ଆହାତ ରବି ଓ ପ୍ରକାଶକୁ ଚିକିତ୍ସା ନିମନ୍ତେ ସଦରମୁଖ୍ୟ ଚିକିତ୍ସାରେ ଭତ୍ତି କରିଥିଲେ। ଡାକ୍ତର ପ୍ରକାଶଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିବା ସହ ରବି ଓଟିକୁ ନେଇଥିଲେ। ତେବେ ରବି ସ୍ୱାଇର୍ଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ କଟକ ସ୍ଥାନାନ୍ତର ନିମନ୍ତେ ଡାକ୍ତର ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ତେବେ କଟକ ମେଡିକାଲ ସ୍ଥାନାନ୍ତର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପୁରୀ ମେଡିକାଲରେ ରବି ସ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।