ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ): ଆଜି ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳୀ l ଏହି ଆଲୋକର ପର୍ବ ଦୀପାବଳୀକୁ ଦିବ୍ୟାଙ୍ଗ ତଥା ନିସହାୟ ଲୋକ ମାନଙ୍କ ସହ ପାଳନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର କିଛି ସ୍ବେଛାସେବୀ ସଂଗଠନ । ଦିବ୍ୟ ଉର୍ଯ୍ୟା ଯୋଗ ସମିତି ର ପ୍ରୟାସ ରେ ପତଞ୍ଜଳି ଯୋଗ ସମିତି, ଜିଲ୍ଲା ରକ୍ତ ଦାତା ସେବା ସଂଘ , ସ୍ଵଚ୍ଛଭାରତ ସଂଗଠନର କର୍ମକର୍ତ୍ତା ମାନେ ବରିଷ୍ଟ ନାଗରିକ ଓ ଦିବ୍ୟ।ଙ୍ଗ ସ୍କୁଲରେ ଆଜି ଆଲୋକର ପର୍ବକୁ ଆନନ୍ଦ ଉତ୍ସାହର ସହିତ ପାଳନ କରିଛନ୍ତି।
ଅନ୍ୟର ମନରେ ଖୁସି ଦେଲେ ଖୁସି ବଢେ ଓ ତାହା ମନକୁ ପ୍ରଫୁଲ୍ଲିତ କରିଥାଏ ବୋଲି ସମାଜସେବୀ ମାନେ କହିଛନ୍ତି। ବିଭିନ୍ନ ପ୍ରକାର ସବୁଜ ବାଣ କୁପି, ଝିରଝିରି, ଲାଇଟ୍ ଓ ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନ କରିବା ସହ ମିଷ୍ଟାନ୍ନ ବଣ୍ଟନ କରି ସମସ୍ତଙ୍କ ଜୀବନରେ ଭଗବାନ ଆଲୋକ ପ୍ରଦାନ କରନ୍ତୁ ବୋଲି ସଂଗଠନ ସଦସ୍ୟ ମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଦିବ୍ୟ ଉର୍ଯ୍ୟା ଯୋଗ ସମିତି ର ସଦସ୍ୟ ରବୀନ୍ଦ୍ର ଜେନା, ପ୍ରସନ୍ନ କର୍ଣ୍ଣ, ରୁଦ୍ରାକ୍ଷ ସାହୁ, ପିଣ୍ଟୁ ରଥ, ମନୋଜ ପଣ୍ଡା, ରୂପକ ମହାନ୍ତି, ଆକାଶ ମହାନ୍ତି ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ର କର୍ମୀ ମାନେ ଉପସ୍ଥିତ ରହି ଦୀପାବଳୀ କୁ ପାଳନ କରିଛନ୍ତି ।