ସୁବର୍ଣ୍ଣ ସମ୍ବଳ ମହୋତ୍ସବରେ ବଲାଙ୍ଗୀର ତହଁକ କୁଟୁମ୍‌ର କୋସଲି କବିତା ଆସର

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପୀଠ ଠାରେ ସୁବର୍ଣ୍ଣ ସମ୍ବଳ ମହୋତ୍ସବ ଅବସରରେ ତହଁକ କୁଟୁମ୍‌ ତରଫରୁ ଏକ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବୟତ୍ରୀ ଗୀତାଞ୍ଜଲି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୋସଲି କବିତା ଅବସରରେ ତହଁକ ସଭାପତି ଗୋପୀନାଥ ଦଣ୍ଡସେନା, ରାଧେଶ୍ୟାମ ମିଶ୍ର, କୋସଲ ସାହିତ୍ୟ ଏକାଡ଼େମୀ ସଭାପତି ଦେବେନ୍ଦ୍ର ନାଏକ, ମଧୁମିତା ପରମଗୁରୁ, ଭାଗିରଥି ମିଶ୍ର, ଦ୍ୱିତୀକୃଷ୍ନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ମଠାଧିସ ବାବା ମୋହନ ଦାସ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉଦେ୍‌ଦ୍ଦଶ୍ୟ ଜ୍ଞାପନ କରିଥିଲେ ।

ତହଁକ ସଂପାଦକ ରାଜେଶ ଦଣ୍ଡସେନା ତହଁକ କୁଟୁମ୍‌ ପଶ୍ଚିମ ଓଡ଼ିଶାର ସମସ୍ତ ଐତିହ୍ୟ ପିଠ ମାନଙ୍କୁ ଯାଇ ତାର କାର୍ଯ୍ୟକ୍ରମ କରିବା ସହ ପ୍ରଚାର ପ୍ରସାର ଦିଗରେ କାମ କରିଆସୁଛି ଆଗାମୀ ଦିନରେ ଆହୁରି ଏମିତି ଜାଗା ମାନକୁ ଯାଇ କାର୍ଯ୍ୟକ୍ରମ କରିବା ସହ କୋସଲି ଭାସାର ସୁରକ୍ଷା ପାଇଁ କାମ କରିବ ବୋଲି ମତ ରଖିଥିଲେ । କବିତା ଆସରକୁ ଶ୍ରଦ୍ଧାଞ୍ଜଳି ପଣ୍ଡା, ତୃପ୍ତିମୟୀ ତ୍ରିପାଠୀ, ସସ୍ମିତା ମେହେର, ପୂର୍ଣ୍ଣିମା ପଣ୍ଡା, ଆହ୍ଲାଦିନୀ ପାଣିଗ୍ରାହୀ ଦାସ ସଂଯୋଜନା କରିଥିଲେ । କୋସଲ ସାହିତ୍ୟ ଏକାଡ଼େମୀ, ରୁମକୁଝୁମାନା, ଅଂଗରା କୁଟୁମ୍, ଫଳସା ଫୁଳ ଅନୁଷ୍ଠାନର ସଂପାଦକ ମାନେ ଏହି କାର୍ଯ୍ୟକ୍ରମ ସ୍ଵର୍ଣ୍ଣାକ୍ଷରରେ ରହିବ ବୋଲି ମତ ପ୍ରଦାନ କରିଥିଲେ ।

ଏହି ଅବସରରେ ଏକ କବିତା ପାଠ ହୋଇଥିଲା । କବି ମିଲନ ପଣ୍ଡା, ସାଲିନି ସା, ରାଜୀବ ପ୍ରସାଦ ଭୋଇ, ଶତୃଘ୍ନ ସେଲମା, ସ୍ୱପ୍ନିକା ସାହୁ, ସଂଜୀବ ସେଠୀ, ରାଜେନ୍ଦ୍ର ଝାଙ୍କର, ତରଣୀସେନ ନାଗ, ରୋଶନ ସାହୁ, ନିତ୍ୟାନନ୍ଦ ମିଶ୍ର, ବାବଲୁ ପଣ୍ଡା, ପ୍ରଭାତ ଖମାରୀ, ପ୍ରହଲ୍ଲାଦ ଦଣ୍ଡସେନା, ଲିପୁନ୍ ସାହୁ, ଲିଂଗରାଜ ଛତ୍ରିଆ, ଯଦୁମଣି କର୍ଣ୍ଣ, ଦୀପାନ୍ୱିତା ମାହାଣା,ଶାନ୍ତନୁ କୁମାର କର୍ଣ୍ଣ,ଯୁଧିଷ୍ଠୀର ଖମାରୀ ପ୍ରମୁଖ କବିତା ପାଠ କରିଥିଲେ । କବି ଦିଲ୍ଲୀପ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!