ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁ ନିକଟବର୍ତ୍ତୀ ବଡପଥରଠାରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜାମଗୋରୁଡା ଗ୍ରାମର ରଞ୍ଜିତ କୁମାର ବିଶ୍ବାଳ (୩୭)। ପ୍ରକାଶ ଯେ, ଗତ ରବିବାର ରାତିରେ ରଞ୍ଜିତ ଶଶୁରଘର ବିରଞ୍ଚିପୁର ଗ୍ରାମକୁ ବାଇକ୍ ଯୋଗେ ଆସୁଥିଲେ। ସେ ବାଟରେ କୌଣସି କାରଣରୁ ବଡପଥରଠାରେ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ବାଇକ୍ ସହ ରାସ୍ତାକଡ ଲତା, ବୁଦାରେ ପଡିଥିଲେ।

ସେ ରାତିସାରା ସେହି ଲଟା, ବୁଦାରେ ପଡି ରହିଥିବା ବେଳେ ସକାଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏ ଖବର ପାଇ ଘଟଣା ସ୍ଥଳରେ ଦମକଳବାହିନୀ ଓ ପୋଲିସ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୫୦୪/୨୪ରେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!