ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପିଠ ଠାରେ ସୁବର୍ଣ୍ଣ ସମ୍ବଲ ମହୋତ୍ସବ ଅବସରରେ ରୁମକୁଝୁମନା ତରଫରୁ ପ୍ରବଚନ ଓ ଭଜନ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡ଼. ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି, ଦିଲ୍ଲୀପ ତ୍ରିପାଠୀ,ଅଭିନେତା ସୁଦାମ ବିଶି,ଅଭିନେତା ଭାଗିରଥି ମିଶ୍ର, ଅଭିନେତା ଅରୁଣ କରସେଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l ଦେଉଳଝରୀ ସନ୍ଥ ମନୋହର ଦାଶ ଙ୍କ ପୂଜାର୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଶାନ୍ତନୁ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ l
ସ୍ଥାନୀୟ କଳାକାର ଘାଣ୍ଟୁ ଘିବଲା, କୁଞ୍ଜବିହାରୀ ପ୍ରଧାନ, ମିନକେତନ ପ୍ରଧାନ, ଠାକୁର ସାହୁ, କୁନ୍ତଳା ଦେହୁରୀ ଙ୍କ ସହ ଅତିଥି କଳାକାର ସସ୍ମିତା ପରମଗୁରୁ, ସନ୍ତାନୁ ମୁନ୍ନା, ସୌଭାଗ୍ୟଲଷ୍ମୀ ଦାଶ ଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ଦୁଖି ଶ୍ୟାମ ପ୍ରଧାନ ମହୋତ୍ସବ ର ଉଦ୍ୟେଶ୍ୟ ଜ୍ଞାପନ କରିଥିବା ବେଳେ ଆନନ୍ଦ ପ୍ରଧାନ ଧନ୍ୟବାଦ ଦେଇଥିଲେ l ରାମା ନାଏକ, ପବିତ୍ର ପ୍ରଧାନ, ଲଳିତ କର୍ଣ ସହଯୋଗ କରିଥିଲେ l ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲା ସୀମାରେ ଥିବା ଦେଉଳଝରୀ କୁ ପର୍ଯ୍ୟଟନ ମାନ୍ୟତା ଦେବା ଏହି ମହୋତ୍ସବ ର ମୁଖ୍ୟ ଉଦେଶ୍ୟ ବୋଲି ଅତିଥି ମାନେ ମତ ରଖିଥିଲେ l