ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ବିଡ଼ିଓଙ୍କ ଗିରଫ ଦାବି କଲା ରାଜ୍ୟ ସାମ୍ବାଦିକ ସଂଘ

ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ):ସାମ୍ବାଦିକଙ୍କୁ ଆକ୍ରମଣ ଯୋଗୁଁ ସାରା ରାଜ୍ୟର ସାମ୍ବାଦିକ ସଂଘ ନିନ୍ଦା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଓ ଦାବିପତ୍ର ଦିଆଯାଇଛି।ନ୍ୟୁଜ 7 ର ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ତଥା ଏସ୍.ୟୁ.ଜେ ର ଜିଲ୍ଲା ସଭାପତି ଧୀରେନ୍ଦ୍ର ଦାନୀ ଗତ ୧ ତାରିଖରେ ଖବର ସଂଗ୍ରହ ପାଇଁ ସୋନପୁର ବ୍ଳକ କାର୍ଯ୍ୟାଳୟ କୁ ଯାଇ ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ଥାନାକୁ ଯାଇ ବିଡ଼ିଓ ଙ୍କ ନାଁ ରେ ଏତଲା ଦେଇଥିଲେ।

କିନ୍ତୁ ଆଜିକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଡ଼ିଓ କୁ ଗିରଫ କରିନି ସୁବର୍ଣ୍ଣପୁର ପୋଲିସ। ଏପର୍ଯ୍ୟନ୍ତ ବିଡ଼ିଓ କୁ ସୁବର୍ଣ୍ଣପୁର ପୋଲିସ ଗିରଫ କରିନାହିଁ କାହିକି? ନ୍ୟୁଜ 7 ପ୍ରତିନିଧି ଙ୍କୁ ମାଡ଼ ମାରିଥିବା ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁ ଏବେ କୋଉଠି ଲୁକିକି ଅଛନ୍ତି।କୋଉ ଆଇନ ବଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁବର୍ଣ୍ଣପୁର ପୋଲିସ ଏକତରଫା ରାତି ଉଠାଇ କୋର୍ଟ ଚାଲାଣ କରିଥିଲା ପୋଲିସ? କୁଆଡେ଼ ଗଲେ ବିଡ଼ିଓ? ବିଡ଼ିଓ କେବେ ଗିରଫ ହେବେ?

ସେଥିପାଇଁ ଅତିଶୀଘ୍ର ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁ ଙ୍କୁଗିରଫ ଓ ତାଙ୍କୁ ଚାକିରୀରୁ ବହିଷ୍କାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍.ୟୁ.ଜେ ଦାବି କରିଛି। ଅତିଶୀଘ୍ର ବିଡିଓକୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏସ୍.ୟୁ.ଜେ କହିଛି।ଦେଖିବାକୁ ବାକି ରହିଲା ସୁବର୍ଣ୍ଣପୁର ପୋଲିସ କେବେ ବିଡିଓକୁ ଗିରଫ କରୁଛି ?

Leave a Reply

Your email address will not be published. Required fields are marked *

error: Content is protected !!