ବୈତରଣୀ ନଦୀର ସୁନାମଣୀ ବିଚ୍ ରେ ବୁଡି ଅଷ୍ଟମ ଶ୍ରେଣୀର ଛାତ୍ର ମୃତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ଼ ): ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସୀମାନ୍ତ ର ବୈତରଣୀ ନଦୀରେ ଥିବା ସୁନାମଣୀ ବୀଚ ରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ର ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବଡ଼ଭାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଖବରରୁ ପ୍ରକାଶ ଯେ କରଞ୍ଜିଆ ସହରରେ ମୁଢିମିଲ କରି ବ୍ୟବସାୟ କରୁଥିବା ଏମ. ରବି ଙ୍କ ୨ ପୁଅ ସ୍ଥାନୀୟ ବିକାଶ କନଭେଣ୍ଟ ସ୍କୁଲର ଛାତ୍ର ଏମ.ମନୋଜ( ୧୫ ) ଓ ଏମ.ଆଦିତ୍ୟ ଘରୁ ସ୍କୁଲ ଯିବାକୁ କହି ତାଙ୍କର ୪ ଜନ ସାଙ୍ଗ ଙ୍କ ସହିତ ସୁନାମଣୀ ବୀଚ ବୁଲିବାକୁ ଯାଇଥିଲେ।ସେଠାରେ ସାଙ୍ଗ ମାନଙ୍କ ସହିତ ଗାଧାଉଥିଲା ବେଳେ କୌଣସି କାରଣବଶତଃ ସାନଭାଇ ଏମ.ମନୋଜ ପାଣିରେ ବୁଡ଼ିଯାଇଥିଲେ ସେ ବୁଡିଯାଉଥିବା ଦେଖି ବଡ଼ଭାଇ ଏମ ଆଦିତ୍ୟ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜେ ବୁଡ଼ିଯାଇଥିଲେ ତାଙ୍କୁ ଅନ୍ୟ ସାଙ୍ଗମାନେ ଉଦ୍ଧାର କରିଥିବା ବେଳେ ମନୋଜ ଙ୍କ କୌଣସି ପତ୍ତା ପାଇନଥିଲେ।

ପରେ ଫୋନ ଯୋଗେ ପରିବାର ଲୋକ ଓ ଥାନା କୁ ଖବର ଦେବାପରେ ଠାକୁରମୁଣ୍ଡା ଥାନା ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଗ୍ରାମବାସୀ ଙ୍କ ସହାୟତା ରେ ଖୋଜା ଖୋଜି କରିବା ପରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସାନ ପୁରୁଣାପାଣି ଗ୍ରାମ ନିକଟ ବୈତରଣୀ କୂଳରୁ ଉଦ୍ଧାର କରିଥିଲେ।ଠାକୁରମୁଣ୍ଡା ପୋଲିସ କେଶ ନଂ 20/24 ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜ କରି ଶବ ବ୍ୟବଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇଛି।

Leave a Reply

Your email address will not be published. Required fields are marked *

error: Content is protected !!