ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉପଲକ୍ଷେ କଳସ ଶୋଭାଯାତ୍ରା

କେନ୍ଦୁଝର ( ସୀତାରାମ ଦିଖିତ୍) ଯୋଡ଼ା ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଝାଡ଼ଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରଜତ ଜୟନ୍ତୀ ସମାରୋହର ଶୁଭାରମ୍ଭ ପରିପ୍ରେକ୍ଷୀରେ ୧୦୮କଳସ ଶୋଭାଯାତ୍ରା ଏବଂ ଗାୟତ୍ରୀ ଯଜ୍ଞ ଅନୁଷ୍ଠାନ ହୋଇଯାଇ ଅଛି ।ଏହି ଅବସରରେ ଭୁଷୁଗାଁ ପୋଖରୀରୁ୧୦୮ କଳସ ରେ ଜଳ ଉଠାଇ ମା ମାଉସୀ, ଭାଇ,ଭଉଣୀ ଶୋଭା ଯାତ୍ରା ରେ ବାହାରି ଭଦ୍ରାସାହି ବିଜୁ ପଟ୍ଟନାୟକ ଛକ ଦେଇ ଝାଡ଼ଗାଁ ରେ ଥିବା ବିଦ୍ୟାଳୟ କୁ ପହଞ୍ଚିଥିଲେ । ସମସ୍ତ ପଦଯାତ୍ରା ଭାରତୀୟ ସସ୍କୃତି ତଥା ରୀତିନୀତି ଅନୁଯାୟୀ ପଦଧୌତ କରି ବିଦ୍ୟା ମନ୍ଦିର କୁ ପ୍ରବେଶ କରିଥିଲେ। ବଡ଼ବିଲ ଗାୟତ୍ରୀ ପରିବାର ର ମୁଖ୍ୟ ମାନନୀୟ ଶ୍ରୀଯୁକ୍ତ ରବି ଦାସ ଏବଂ ତାଙ୍କ ସହଯୋଗୀ ଭାଈ ଭଉଣୀ ମାନଙ୍କ ଦ୍ୱାରା ଗାୟତ୍ରୀ ମନ୍ତ୍ର ପାଠ ଏବଂ ଯଜ୍ଞ ସମ୍ଫର୍ଣ୍ଣ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଆରମ୍ଭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ ପରିଚାଳନା ସମିତି ର କାର୍ଯ୍ୟକର୍ତ୍ତା ଶ୍ରୀ ଯଦୁମଣି ବାରିକ,ଗଣେଶ ଚନ୍ଦ୍ର ପଲେଇ, ସରପଞ୍ଚ ପ୍ରମିଳା ନାଏକ ,ଶ୍ରୀମନ୍ତ କୁମାର ତ୍ରିପାଠୀ, ସଭାପତି ନରୋତ୍ତମ ନାଏକ, ସମ୍ପାଦକ ଭାଗବତ ପଲେଇ,, ଉପସଭାପତି ଅନାମ ପାତ୍ର, ଯୁଗ୍ମ ସମ୍ପାଦକ ହେମନ୍ତ ପଲେଇ, ପ୍ରଧାନ ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ମହାକୁଡ଼, ଆଚାର୍ଯ୍ୟ ପ୍ରତିନିଧି ସୁଧାଂଶୁ କୁମାର ଚକ୍ର , ବରିଷ୍ଠ ଆଚାର୍ଯ୍ୟ। ସୁଷମା ମହାନ୍ତ, ଏବଂ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ ।ଯଜ୍ଞ ସମାପ୍ତ ପରେ ପ୍ରଧାନ ଆଚାର୍ଯ୍ୟ ଆଗାମୀ ରଜତ ଜୟନ୍ତୀ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!