ଜୁନିୟର ରେଡକ୍ରସ ପରାମର୍ଶ ଦାତା କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ବିନିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବିନିକା ଓ ଡୁଙ୍ଗୁରିପାଲି ବ୍ଳକ ର ସମସ୍ତ ଜୁନିୟର ରେଡକ୍ରସ ପରାମର୍ଶ ଦାତାଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିନିକା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁର ଅଧ୍ଯକ୍ଷତା କରିଥିଲେ । ବରିଷ୍ଠ ସାଧନ କର୍ମୀ ହୃଷିକେଶ ଡାଙ୍ଗ ମଞ୍ଚ ପରିଚାଳନା କରିଥିଲେ।ସାଧନ କର୍ମୀ ନିମାଇଁ ଚରଣ ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିନିକା ବ୍ଳକ ଶିକ୍ଷାଧିକାରୀ ଲକ୍ଷ୍ମଣ ମିଶ୍ର ମୂଖ୍ଯ ଅତିଥି ରୂପେ ଯୋଗଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିଳାଚଳ ମେହେର ଓ ପ୍ରମୋଦ ପଣ୍ଡା ଯୋଗଦେଇ ଥିଲେ ।କାର୍ଯ୍ୟକ୍ରମ ରେ ସାଧନ କର୍ମୀ ହୃଷିକେଶ ଡାଙ୍ଗ ରେଡକ୍ରସ ମୋଭମେଣ୍ଟ ବିଷୟରେ, ସାଧନ କର୍ମୀ ନିମାଇଁ ଚରଣ ମଲ୍ଲିକ ରେଡକ୍ରସ ଏକ୍ଟିଭିଟିଜ ବିଷୟରେ, ସାଧନ କର୍ମୀ ଶେଷ ଦେବ ଛତ୍ର ପ୍ରାକୃତିକ ବିପର୍ଯ୍ୟୟ ବିଷୟ ରେ, ଅନୂପ୍ରିୟା ମିଶ୍ର ରେଡକ୍ରସ ଇତିହାସ ବିଷୟ ରେ ସଶ୍ମିତା ସାହୁ ଫାଷ୍ଟ ଏଡ଼ ଓ ତପସ୍ୱିନୀ ଦାସ ରକ୍ଷକ ବିଷୟ ରେ ସାଧନ କର୍ମୀ ରଞୟ ଧରୁଆ ଓ ଧନେଶ୍ଵରୀ ଭୋଇ ଏଚ ଆଇ ଭି ଏଡ଼ସ ବିଷୟ ରେ ସୂଚନା ଦେଇ ଥିଲେ ।ବିନିକା ବ୍ଳକ ବିସିସି ପବିତ୍ର ବାରିକ ସହଯୋଗ କରିଥିଲେ। ସାଧନ କର୍ମୀ ଶେଷ ଦେବ ଛତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!