ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରୁ ଖସିଲା ପଥର, ରକ୍ଷଣାବେକ୍ଷଣକୁ ନେଇ ବଢୁଛି ଚିନ୍ତା

ଗଞ୍ଜାମ/ଖଲ୍ଲିକୋଟ(ଅଶ୍ୱିନୀକୁମାର ମହାନ୍ତି): ଖଲ୍ଲିକୋଟ ରାଜବଂଶର ଅବଦାନ ମଧ୍ୟରୁ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । ତିନି ଶହ ବର୍ଷତଳେ ଲୋକାର୍ପିତ ହୋଇଥିବା ଏହି ଦ୍ୱିତୀୟ ଉଚ୍ଚତମ ମନ୍ଦିର ବର୍ତ୍ତମାନ ଧ୍ଵଂସ ହେବାକୁ ବସିଛି। ଲଗାଣ ବର୍ଷା ହେଲେ ରେଖା ମନ୍ଦିର ଠାରୁ ଆରମ୍ଭ କରି ସିଂହ ଦ୍ଵାର ଗୁମୁଟ ରେ ପାଣି ଗଳିବl ଏକ ସାଧାରଣ କଥା ହୋଇପଡ଼ିଥିବା ବେଳେ ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ. ଯନ୍ତ୍ରୀ ପ୍ରସାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ଲୋକ ଦେଖାଣୀଆ ଭାବେ ସ୍ଥିତି ଅନୁଧ୍ୟାନ କରିବା ଏକ ପ୍ରକାର ହାସ୍ୟାସ୍ପଦ ବିଷୟ ପାଲଟିଛି ।

ନିକଟ ଅତୀତରେ ମନ୍ଦିର ମରାମତି କାମ ହେଉଥିବା ବେଳେ ରେଖା ବା ଗର୍ଭଗୃହ ମୁଖ୍ୟ ମନ୍ଦିର ଚାରିପଟେ ରେ ଲାଗିଥିବା ପଥର ସିଂହ ମାନଙ୍କ ମଧ୍ୟରୁ ଉତ୍ତର ପାର୍ଶ୍ଵ ର ଲାଗିଥିବା ସିଂହ ମୂର୍ତ୍ତି ଖସିପଡ଼ିଥିଲା । ପରେ ପରେ ଅଣ କୁଶଳୀ ଶ୍ରମିକ ମାନଙ୍କୁ ନେଇ ମନ୍ଦିର ମରାମତି ଚାଲିଥିବା ବେଳେ ଉତ୍ତର ପାର୍ଶ୍ଵ ର ବରାହମୂର୍ତ୍ତି ଶ୍ରମିକ ମାନଙ୍କ ଅସାବଧାନତା ଯୋଗୁଁ ଖସିପଡିଥିଲା । ବର୍ତ୍ତମାନ ଦୁଇ ଦୁଇ ଥର ସିଂହ ଦ୍ଵାର ଗୁମୁଟ ରୁ ପଥର ଖସିବା ମନ୍ଦିର ର ସ୍ଥାପତ୍ୟ ସୁରକ୍ଷା କୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କ ମନରେ ମନ୍ଦିରର ରକ୍ଷଣାବେକ୍ଷଣ ଅଭାବ ରୁ ମନ୍ଦିର ଧୌଂଶ କୁ ନେଇ କ୍ଷୋଭ ସୃଷ୍ଟି ହେବା ସହିତ ମନ୍ଦିର ସୁରକ୍ଷା କୁ ନେଇ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!