କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝର ସହର ସ୍ଥିତ ଷ୍ଟାଡିଅମ ପଡିଆ ରେ ରବିବାର ଦିନ ପଞ୍ଚମ ଇଉନିକ କ୍ରିକେଟ ଟୁର୍ନାମେଣ୍ଟ ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି ଖେଳରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂଘ ର ସମ୍ପାଦକ ଡ଼ଃ ଜନାର୍ଦନ ଦାସ ଏବଂ ସାନମାନିତା ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ର ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ ଓ ପଦ୍ମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡ଼ଃ ଏସ ବାଗ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉଦଘାଟନି ମ୍ୟାଚ ରେ ଭୁବନେଶ୍ୱର ର ପ୍ରଗତି ସ୍ପଟିଙ୍ଗ କେନ୍ଦୁଝର ୧୧ କୁ ହରାଇ ବିଜୟଲାଭ କରିଥିଲା।
ଏହି ମ୍ୟାଚ ରେ ପ୍ରଗତି ସ୍ପଟିଙ୍ଗ ର ପୁରୁଷୋତ୍ତମ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ସମାଜସେବୀ ବୁନୁ ପରିଡା ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚ କୁ ଇଉସିଏ କ୍ଲବ କେନ୍ଦୁଝର ର ବରିଷ୍ଠ ସଦସ୍ୟ ସୁମନ୍ତ କୁମାର ସାହୁ ଏବଂ ମହେଶ ମୁଖୀ କ୍ଲବ ର ସମସ୍ତ ସଦସ୍ୟ ଙ୍କ ସହଯୋଗରେ ସୁଚାରୁରୂପେ ପରିଚାଳନା କରୁଛନ୍ତି। ଏହି ମ୍ୟାଚ ରେ ଭାଷ୍ୟକାର ଭାବେ ବୁବୁ ସିନହା ଉପସ୍ଥିତ ଖେଳ ପ୍ରେମୀଙ୍କୁ ମନମୋହିତ କରିଥିଲେ। ସର୍ବଶେଷରେ ଇଉସିଏ କ୍ଲବ କେନ୍ଦୁଝର ର ପ୍ରତିଷ୍ଠା ସୁରେଶଚନ୍ଦ୍ର ପାତ୍ର ଭିଡିଓ କନଫରେନସିଂ ମାଧ୍ୟମରେ ସମସ୍ତ ଖେଳାଳୀ ତଥା କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ନାମେଣ୍ଟ ଆସନ୍ତା ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।