ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶୋକସଭା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଗୌଡଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ସଭାପତି ବିଶ୍ବ ମୋହନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ର,ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାସ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ନାୟକ, ଧୃବ ଚରଣ ପାଣିଗ୍ରାହୀ, ପଦ୍ମ ଚରଣ ପଣ୍ଡା, ହୃଷିକେଶ ମିଶ୍ର, ଶ୍ରୀକୃଷ୍ଣ ସାବତ ଓ ନନ୍ଦ କିଶୋର ମିଶ୍ର ପ୍ରମୁଖ ନିଜ ବକ୍ତବ୍ୟରେ ସ୍ବର୍ଗତ ସୁବାସ ଚନ୍ଦ୍ରଙ୍କ ସ୍ମୃତିଚାରଣ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଗୌଡ଼ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ସର୍ବ ଶିକ୍ଷା ଅଭିଯାନର ଦକ୍ଷ ସମ୍ବଳ ଶିକ୍ଷକ,ସାହିତ୍ୟ, କଳା, ସଂସ୍କୃତିର ପୃଷ୍ଟପୋଷକ ଥିଲେ। ତାଙ୍କ ବିୟୋଗରେ ନିଜ ଗ୍ରାମ ସୁନାକେରା ସମେତ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!