ପୁରୀ (ସମୀର ରଞ୍ଜନ ନାୟକ): ଗୋବର୍ଦ୍ଧନ ପୀଠ ଠାରେ ଆସନ୍ତା ଜାନୁଆରୀ ମାସ ୯ ତାରିଖରେ ହେବାକୁ ଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ଯ ସଂଧ୍ଯା ଆଳତୀର ୧୯ତମ ବାର୍ଷିକ ମହୋତ୍ସବର ୧ମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହୋଦଧି ଆଳତୀ ସଞ୍ଚାଳନ ସମିତିର ସମସ୍ତ ବରେଣ୍ଯ ସଦସ୍ଯ ଓ ରାଜ୍ୟ ଆଦିତ୍ଯ ବାହିନୀ ସଙ୍ଗଠନର ସମସ୍ତ ପଦାଧିକାରୀ ଉପସ୍ଥିତ ଥିବା ସହ ସଞ୍ଚାଳନ ସମିତିର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସଭା ପରିଚାଳନା କରିଥିଲେ l
ଏହି ବୈଠକରେ ଆଦିତ୍ଯ ବାହିନୀର ରାଜ୍ଯ ଅଧ୍ୟକ୍ଷ ଶ୍ରୀ ମାତୃପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ଶୁୟଶ୍ ପ୍ରଶାନ୍ତ, ରାଜ୍ଯ ପ୍ରଚାର ପ୍ରସାର ସଚିବ ଶ୍ରୀ ଅରୁଣ କୁମାର ମହାନ୍ତି, ପୁରୀ ଆଦିତ୍ଯ ବାହିନୀର ଅଧ୍ୟକ୍ଷ ଶ୍ରୀ ଗଣେଶ ମହାସୁଆର, ସଚିବ ଶ୍ରୀ ତନ୍ମୟ ଚାଟ୍ଟାର୍ଜୀ ସାଂସ୍କୃତିକ ସଚିବ ଶ୍ରୀ କୁମାର ଭୀମସେନ ଏବଂ ମଠର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଏହାର ଏକ ପୂର୍ଣ୍ଣାଙ୍ଗ ବୈଠକ ଆସନ୍ତା ଡିସେମ୍ବର ୧୧ ତାରିଖରେ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି ବୋଲି ଗୋବର୍ଦ୍ଧନ ପୀଠର ସୂଚନା ଓ ଗଣମାଧ୍ୟମ ସଚିବ ଶ୍ରୀ ଦେବାଶିଷ ମିଶ୍ର ସୂଚନା ପ୍ରଦାନ କରିଛନ୍ତି l