ବରଗଡ଼ ଟାଉନ ଥାନା ପୋଲିସ ୫ ଦେଶୀ ବନ୍ଧୁକ ବେପାରୀଙ୍କୁ ଗିରଫ କଲା

ବରଗଡ (ମୁକୁନ୍ଦ ଦାସ): ବରଗଡ଼ ଟାଉନ ଥାନା ପୋଲିସ ଦେଶୀ ବନ୍ଧୁକ ବେପାର ଠାବ କରିଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାରର ସମସ୍ତିପୁର ଜିଲା ଦରିଆପୁର ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଜିଲା ସୋହେଲା ଢିପାପଡ଼ାରେ ରହୁଥିବା ରାଜେଶ ଚୌଧୁରୀ(୩୦), ବରପାଲି ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୩ର ରାଜଦୀପ ଚୌଧୁରୀ(୨୯), ସୋହେଲା ଥାନା ଧୂସରବାହାଲ ଗ୍ରାମର ବେଦବ୍ୟାସ ପ୍ରଧାନ, ବରଗଡ଼ ଟାଉନ ଥାନା ଖେଦାପାଲିର ସୁଧାଂଶୁ ମୁଗ୍ରୀ(୨୯) ଏବଂ ବରଗଡ଼ ଜିଲା ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ଠେଲକୋଇଲିରେ ରହୁଥିବା ପ୍ରମୋଦ ତାଣ୍ଡିଆ(୨୯)। ସେମାନଙ୍କ ପାଖରୁ ୫ ଦେଶୀ ବନ୍ଧୁକ(୭.୬୨ଏମଏମ), ୩୪ ଗୁଳି, ୭ ମୋବାଇଲ, ୧୦ ମାଗାଜିନ, ୩ବାଇକ୍‌, ନଗଦ ୨୦୦୦ଟଙ୍କା, ୩ ଛୁରୀ, ୨ଲୁହାରଡ଼, ୫ ମାସ୍କ, ୪ ପକେଟ୍‌ ଲଙ୍କାଗୁଣ୍ଡ, ଗୋଟିଏ ଟର୍ଚ୍ଚ ଏବଂ ବାଉଁଶ ଲାଠି ଜବତ ହୋଇଛି।

ଏ ନେଇ ବରଗଡ଼ ଟାଉନ ଥାନାରେ ଦଫା ୩୧୦(୪), ୩୧୦(୫) ବିଏନଏସ୍‌ ଏବଂ ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା(ନଂ-୬୬୦/୨୪) ରୁଜୁ ହୋଇଛି।ବରଗଡ଼ ଟାଉନ ଥାନାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପି.ଏସ୍‌ ମୀନା ସୂଚନା ଦେଇ କହିଛନ୍ତି, ବରଗଡ଼ରେ ଦେଶୀ ବନ୍ଧୁକ କାରବାର ଚାଲିଥିବା ନେଇ ଖବର ମିଳିଥିଲା। ଫଳରେ ଏକ ପୋଲିସ ଟିମ୍‌ ସେଥିପ୍ରତି ନଜର ରଖିଥିଲା। ରବିବାର ରାତିରେ ଉପରୋକ୍ତ ଅଭିଯୁକ୍ତମାନେ ବରଗଡ଼ ସହର ଉପକଣ୍ଠ ଜୀରାନଦୀ ପାର୍ଶ୍ୱ ଶ୍ମଶାନ ପାଖରେ ଦେଶୀ ବନ୍ଧୁକ ସହିତ ରହିଥିବା ନେଇ ଟାଉନ ଥାନା ପୋଲିସକୁ ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୋଲିସ ଟିମ୍‌ ସେଠାକୁ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଦେଶୀ ବନ୍ଧୁକ, ଗୁଳି ଏବଂ ଅନ୍ୟ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଥିଲେ। ମୁକୁନ୍ଦ ଦାଶ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!