ଭିଜିଲାନ୍ସ ପଞ୍ଜାରେ ବେଗୁନିଆ ପଡ଼ା CDPO

ଗଞ୍ଜାମ/ଖଲ୍ଲିକୋଟ: ବେଗୁନିଆପଡ଼ା ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଜେରା କରିଛି ଭିଜିଲାନ୍ସ ଟିମ୍। ଜଣେ ଅଙ୍ଗନୱାଡ଼ି ସହାୟିକା ଙ୍କ ୧୮ ମାସର ଦରମା କରାଇଦେବାକୁ ମ୍ଯାଡମ୍ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ରେଡ୍ ହେଣ୍ଡ ଧରାପଡିଛନ୍ତି ବେଗୁନିଆ ପଡ଼ା CDPO ସନ୍ଧ୍ୟା ରାଣୀ ପାଣିଗ୍ରାହୀ।

ବେଗୁନିଆପଡ଼ା ସିଡିପିଓ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ପୂର୍ବ ସରକାରରେ କୌଣସି ପଦକ୍ଷେପ ନିଆଯାଇନଥିଲା। ଏବେ ମ୍ଯାଡମ୍ କଂ ଛତୁଆ ଦୁର୍ନୀତିକୁ ନେଇ ପଞ୍ଚାୟତ ସମିତିରେ ହୋ ହାଲ୍ଲା ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଥିଲେ।

ଆଜି ସକାଳେ ବ୍ରହ୍ମପୁର ଭିଜିଲାନ୍ସର ଏକ ୭ ଜଣିଆ ଟିମ୍ ପୂର୍ବ ପ୍ରସ୍ତୁତି ଅନୁସାରେ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ବେଗୁନିଆପଡ଼ା ବ୍ଲକ କାର୍ଯ୍ଯାଳୟ ପରିସରରେ ଥିବା ଅଫିସ୍, ସରକାରୀ ଘରେ ଛାନଭିନ୍ କରିଛନ୍ତି ଭିଜିଲାନ୍ସ ବିଭାଗ..ଜିଲ୍ଲା ବାହାରେ ଥିବା ବିଭିନ୍ନ କୋଠାରେ ଛାପାମାରି କରାଯାଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!