ଭୁକ୍ତା ଜନତା ହାଇସ୍କୁଲରେ ମାନକ ଲିଖନ ପ୍ରତିଯୋଗୀତା

ବରଗଡ (ମୁକୁନ୍ଦ ଦାସ): ଭାରତୀୟ ମାନକ ବ୍ୟୁରୋ ଦ୍ବାରା ପ୍ରମାଣିତ ଉତ୍ପାଦଗୁଡ଼ିକର ବ୍ଯବହାର ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଭାରତୀୟ ମାନକ ବ୍ୟୁରୋ ଶାଖା ତରଫରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ମାନକ ଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ଭାବନା ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୋହନ ଚରଣ ମହାନ୍ତ, ପର୍ଯ୍ୟବେକ୍ଷକ ତଥା ସାଧନକର୍ମୀ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ।

ମାନକ କ୍ଲବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ସଂଜୟ ଖମାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ପ୍ରମାଣିତ ଉତ୍ପାଦ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତି ସାହୁ ମାନକ ଉତ୍ପାଦଗୁଡିକର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ।ସାଧନକର୍ମୀ ଶ୍ରୀଯୁକ୍ତ ସାହୁ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ପ୍ରମାଣିତ ଉତ୍ପାଦ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ପାନୀୟ ଜଳ ପ୍ୟାକେଜ ପ୍ରସଙ୍ଗ ଉପରେ ଆଧାରିତ ମାନକ ଲିଖନ ପ୍ରତିଯୋଗୀତାରେ ବିଦ୍ୟାଳୟର ମାନକ କ୍ଲବର ୮୦ ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବର୍ଷା ଦେହେରୀ ଓ ସିଦ୍ଧି ସାହୁ ପ୍ରଥମ ସ୍ଥାନ ଅଧିକାର କରି ୧୦୦୦ ଟଙ୍କା, ସ୍ୱାତୀ ସାହୁ ଓ ତୃପ୍ତିମୟୀ ପଧାନ ଦ୍ବିତୀୟ ସ୍ଥାନ ଅଧିକାର କରି ୭୫୦ ଟଙ୍କା, ଲିପସାମୟୀ ସା ଓ ଦୀପ୍ତି ସା ତୃତୀୟ ସ୍ଥାନ ଅଧିକାର କରି ୫୦୦ ଟଙ୍କା ଏବଂ ଉମାକାନ୍ତ ମହାରଣା ଓ ମୁକେଶ ସାହୁ ଚତୁର୍ଥ ସ୍ଥାନ ଅଧିକାର କରି ୨୫୦ ଟଙ୍କା ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ।

ମାନକ କ୍ଲବର ମାର୍ଗଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ,କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ,ଶ୍ରୀପତି ସାହୁ,ଆଶୁତୋଷ ଭୋଇ, ତେଜରାମ ସା,ବୋଧରାମ ବିଶ୍ବାଳ, ସୁବାସ ଚନ୍ଦ୍ର ଖମାରୀ,ପଦ୍ମଲୋଚନ ବିଶି,ପ୍ରଶାନ୍ତ ମହାପାତ୍ର, ଶିକ୍ଷୟିତ୍ରୀ ରାଜ କୁମାରୀ ଭୂଏ,ସୌଦାମିନୀ ବାରିକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!