ପୁରୀ (ସମୀର ରଞ୍ଜନ ନାୟକ ):ରିଖ ପୁରୀ ଜିଲ୍ଲା ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକା ବିଚ୍ ଭଲିବଲ୍ ପ୍ରତିଯୋଗିତା ଉଜ୍ଜାପିତ ହୋଇଅଛି ।ଏହା ତା ୨୮-୧୧ ରୁ ଆରମ୍ଭ ହୋଇ ଦୁଇ ଦିନ ଧରି ପରିଚାଳିତ ହୋଇଥିଲା । ମୋଟ୍ ୧୧ ଗୋଟି ଜିଲ୍ଲାରୁ ୧୧୮ ଜଣ ଖେଳାଳୀ ଏଥିରେ ଅଂଶଗ୍ରହଣ କରିଥିଲେ । ପୁରୀ ବ୍ଲୁ ବିଚ୍ ଠାରେ ସ୍ବତନ୍ତ୍ର ଭାବେ ଭଲି ଫିଲ୍ଡ୍ ପ୍ରସ୍ତୁତ କରାଯାଇ ପ୍ରତିଯୋଗିତା ଗୁଡ଼ିକୁ ପରିଚାଳନା କରାଯାଇଥିଲା । ଏହାର ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ
ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ, କ୍ରୀଡ଼ା ବିଭାଗ, ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପରିଡ଼ା ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍କୁଲ୍ ର ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମିଶ୍ର, ପୁରୀ ବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଜାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ ଉପସ୍ଥିତ ରହି ନିଜର ବକ୍ତବ୍ୟ ଦ୍ବାରା ଖେଳୁଆଡ ମନୋବଳ ଜାରି ରଖି ଆସନ୍ତା ମାସରେ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତା ରେ ଓଡ଼ିଶାକୁ ଗର୍ବିତ କରାଇବା ପାଇଁ ଉତ୍ସାହିତ ଓ ପରାମର୍ଶ ପ୍ରଦାନ କରିଥିଲେ ।
ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବାଳକ ବିଭାଗରେ କେନ୍ଦ୍ରାପଡ଼ା ଜିଲ୍ଲା ରନର୍ସପ୍ ଓ ଯାଜପୁର ଜିଲ୍ଲା ଚାମ୍ପିଅନ୍ ହୋଇଥିବା ବେଳେ ବାଳିକା ବିଭାଗରେ ବାଲେଶ୍ଵର ଜିଲ୍ଲା ରନର୍ସପ୍ ଓ ଜଗତସିଂହପୁର ଚାମ୍ପିଅନ ହୋଇଛନ୍ତି ।ଆସନ୍ତା ମାସ ୧୭ ତାରିଖରୁ ଏହି ପୁରୀ ବିଚ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ବିଚ୍ ଭଲିବଲ୍ ପ୍ରତିଯୋଗିତାରେ ଏମାନେ ଅଂଶଗ୍ରହଣ କରିବେ । ମୁଖ୍ୟ ଅତିଥି ପ୍ରତି ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜ୍ୟୋତି ପ୍ରକାଶ ପରିଡ଼ା ଓ ମହେନ୍ଦ୍ର କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରାଯାଇଥିଲା । ଶିକ୍ଷକ ବିଦ୍ୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।