କେନ୍ଦୁଝର (ସୀତାରାମ ଦୀକ୍ଷିତ): ଏଡସ ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ ବଡ଼ବିଲ କିନ୍ନର ସଂଘ ତରଫରୁ ଆନୁକୁଲ୍ୟରେ ଏକ ଏଡସ/ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ଏବଂ ପଦଯାତ୍ରା ଆୟୋଜନ କରାଯାଇଥିଲା। ଲୋକମାନଙ୍କ ମଧ୍ୟରେ ଏଚଆଇଭି ଏବଂ ଏଡ଼ସ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏହାର ନିରାକାରଣ ପାଇଁ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।ଏହି ଉତ୍ସବରେ ବଡ଼ବିଲ କିନ୍ନର ସଂଘ ଗୁରୁମା ସୋନମ ଅଧ୍ୟକ୍ଷ ରେ ଏଡ଼ସର ନିରାକାରଣ ପାଇଁ ଜନସଚେତନତା ସୃଷ୍ଟି ଏଭଳି ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ରାଲିରେ ବଡ଼ବିଲ କିନ୍ନର ସଂଘ ର ସୋନମ ଗୁରୁମା,ନିଲୁ, ଜୁଲି କିନ୍ନର ମାନେ ଉପସ୍ଥିତ ଥିଲେ।