ବରଗଡ଼ ରେନବୋ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବରଗଡ(ମୁକୁନ୍ଦ ଦାସ): ବରଗଡ଼ ସ୍ଥାନୀୟ ରେନବୋ ପବ୍ଲିକ ସ୍କୁଲ ଦୁଇଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତା ରେ ଉଦ୍ଘାଟନୀ ଦିବସ ଦିନ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ନିଧୁବନ୍ ବିହାରୀ ପଣ୍ଡା ସମ୍ମାନୀୟ ଅତିଥି ରୂପେ ଶ୍ରୀଯୁକ୍ତ ଗିରିଧାରୀ ଦଣ୍ଡସେନା ଯୋଗ ଦେଇ କ୍ରୀଡାର ବିଭିନ୍ନ ଉପାଦେୟ ଉପରେ ଆଲୋକ ପାତ କରିଥିଲେ। ବିଦ୍ୟାଳୟର ସ୍କାଉଟ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ବାରିକ୍ ସଂଯୋଜନା କରି କାର୍ଯ୍ୟ ପରିଚାଳନା କରିଥିଲେ।

ଏଥିରେ ଛାତ୍ର ଛାତ୍ରୀ ମାନେ ନିଜର ଉତ୍କୃଷ୍ଟ ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷାୟତ୍ରି ମାନେ ସହଯୋଗ କରିଥିଲେ। *ଦ୍ବିତୀୟ ଦିନ*ଉଦଯାପନୀ ଦିବସରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ହର୍ଦିପ ସିଂ ଯୋଗ ଦେଇ କ୍ରୀଡାର ମହତ୍ତ୍ଵ ତଥା ଛାତ୍ର ଛାତ୍ରୀ ମାନେ ଯେପରି ଆଗାମୀ ଦିନରେ ଉନ୍ନତ ଖେଳ ଖେଳି ପାରିବେ ସେ ବିଷୟରେ ଆଲୋକ ପାତ କରିଥିଲେ। ଶେଷରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଜୟକିଶୋର୍ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!