ନରଣପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ) :କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ନରଣପୁର ଉଚ ବିଦ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି | ଏହି ଅବସରରେ ସମଗ୍ର ଶିକ୍ଷା ବିଭାଗ ଦ୍ୱାରା ନରଣପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମଗ୍ର ଶିକ୍ଷା ଅଧିକାରୀ ପୀତବାସ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଦର ବ୍ଲକ ସହକାରୀ ସମଗ୍ର ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ନାଏକ, ସହକାରୀ ସମଗ୍ର ଶିକ୍ଷା ଅଧିକାରୀ ତଥା ବିଆରସିସି ମାନସ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଓ ନରଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁ ଯୋଗଦେଇଥିଲେ।

ଭିନ୍ନକ୍ଷମଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ସହାୟତା ଓ ଯୋଜନା ବିଷୟରେ ଏହି କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଅଧିକାରୀ ଶ୍ରୀ ପୀତବାସ ସାହୁ ଆଲୋଚନା କରିଥିଲେ। ଏହା ସହିତ ସରକାରୀ ସ୍ଥରରେ ରହିଥିବା ଶିକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ଋଣ ବ୍ୟବସ୍ଥା ଓ ସହାୟତା ରାଶିର ବ୍ୟବସ୍ଥା ତଥା ସେମାନଙ୍କ ଭିତରେ ରହିଥିବା ଗୁଣର ବିକାଶ ପାଇଁ ବିଭିନ୍ନ ସହାୟତା ବିଷୟରେ ଶ୍ରୀ ସାହୁ ଆଲୋକପାତ କରି କହିଥିଲେ। ପୂର୍ବରୁ ବ୍ଲକ ମଧ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନରଣପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ବିଭିନ୍ନ କ୍ରୀଡା ଓ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠି ସମ୍ବଳ ଶିକ୍ଷୟତ୍ରୀ ମମତା ରାଣୀ ମିଶ୍ର ପରିଚାଳନା କରିଥିଲେ । ବିଆରଟି ଶୁକଦେବ ପାଢୀଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!