ମୌଳିକ ସୁବିଧାରୁ ବଂଚିତ ବରଗଡ଼ବାସୀ

ବରଗଡ଼ (ମୁକୁନ୍ଦ ଦାସ): ବରଗଡ଼ ସହର ମଧ୍ୟରେ ଥିବା ସରକାରୀ ବସ୍ ଷ୍ଟାଣ୍ଡ ହେଉଛି ଏକ ଜନଗହଳି ସ୍ଥାନ ହେଲେ ବିଡମ୍ବନାର କଥା ଏଠାରେ ଥିବା ପରିସ୍ରାଗାର ର ଅବସ୍ଥା ଶୋଚନୀୟ । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଯାତ୍ରୀ ମାନେ ଏଠାକୁ ଆସନ୍ତି ହେଲେ ଅବ୍ୟବସ୍ଥା କାରଣ ରୁ ନାଇଁ ନଥିବା ହଇରାଣ ର ଶିକାର ହୋଇଥାନ୍ତି। ମୁଖ୍ୟତଃ ମହିଳା ଓ ବରିଷ୍ଠ ନାଗରିକ ମାନେ ଅଧିକ ହଇରାଣ ହେଉଥିବା ଦେଖାଯାଏ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଶୌଚାଳୟରେ ପାଣି, ସ୍ୱଛତା, ୨୪ ଘଣ୍ଟା ଖୋଲା, ଜଣେ କେୟାର ଟେକର ନିୟୋଜିତ ସହ ସୁବନ୍ଦୋବସ୍ତ କରିବାକୁ ବରଗଡ଼ ର ସଚେତନ ନାଗରିକ ମାନେ ଦାବୀ କରିଛନ୍ତି।

ସେହିପରି ସହରର ଭୁଶୁଡି ପଡ଼ି ଥିବା ପରିମଳ ବ୍ୟବସ୍ଥା କୁ ସୁଦୃଢ କରିବାକୁ ଦାବୀ ହୋଇଛି, ମଇଳା ଆବର୍ଜନା ରେ ଅଗ୍ନି ସଂଯୋଗ ନକରିବାକୁ ପୌର ପରିଷଦ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁ ଏବଂ ସହରର ଅନ୍ଧାର ସ୍ଥାନ ଗୁଡିକରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯାଉ ଓ ଦିନ ବେଳା ଜଳୁ ଥିବା ଲାଇଟ ଗୁଡିକୁ ବନ୍ଦ କରିବା ବ୍ୟବସ୍ଥା କରୁ ବୋଲି ଦାବୀ ହୋଇଛି। ଏହି ଦାବୀପତ୍ର ଦେବା ବେଳେ ଆଇନଜୀବୀ ଭୀଷ୍ମଦେବ ସରାଫ,ଭବାନୀ ସାହୁ,ସମାଜ ସେବୀ ଶିବାନନ୍ଦ ମଟାରୀ, ନିଖିଳ ପାଣିଗ୍ରାହୀ, ସରୋଜ ନାଏକ, ଆଇନଜୀବୀ ରବି ପାଠୀ, ଫିରୋଜ ଖାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!