ହୀରକ ଜୟନ୍ତୀ ସମାରୋହ ଉଦଯାପିତ।

ପୁରୀ (ସମୀର ରଞ୍ଜନ ନାୟକ): ଗୋପବନ୍ଧୁ ଆୟୃର୍ବେଦ ମହାବିଦ୍ୟାଳୟ ର ହୀରକ ଜୟନ୍ତୀ ସମାରୋହ ଆଜି ସଂଧ୍ୟାରେ ଉଦଯାପିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆୟୃର୍ବେଦ ବହୁ ପ୍ରାଚୀନ ଚିକିତ୍ସା ପଦ୍ଧତି।ସମୟ କ୍ରମେ ଆୟୁର୍ବେଦର ଅନେକ ଉନ୍ନତି ଘଟିଛି। ଚିକିତ୍ସକ ମାନେ ଏହାକୁ ସେବା ଭାବେ ବିବେଚନା କରି କାର୍ଯ୍ୟ କରିବା ଉଚିତ। ୭୫ ବର୍ଷର ଏହି ମହାବିଦ୍ୟାଳୟ ଅନେକ ଚିକିତ୍ସକ ଙ୍କୁ ସୃଷ୍ଟି କରି ସୁନାମ ଅର୍ଜନ କରିଛି ବୋଲି ବୋଲି ସେ ମତଦେବା ସହ ଯାହା ସମସ୍ୟା ରହିଛି ତାହା ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ।

ପ୍ରଫେସର ଡା ସୁରେଶ କୁମାର ଦାସ,ପ୍ରଫେସର ଡା ଗୋପାଳ ଚନ୍ଦ୍ର ନନ୍ଦ, ପ୍ରଫେସର ଡା ରାମକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ଆଦର୍ଶ ମହାବିଦ୍ୟାଳୟ ଭାବେ ସୁନାମ ରଖିଛି।ଏହାକୁ ଆଗାମୀ ପିଢ଼ି ଆଗକୁ ନେବା ସହ ଅଧିକ ଗବେଷଣା କରି ଆୟୁର୍ବେଦ କୁ ଶିଖରରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଅରୁଣ କୁମାର ଦାସ ଏଥିରେ ସଭାପତିତ୍ବ କରିବା ସହ ମହାବିଦ୍ୟାଳୟ ର ହୀରକ ଜୟନ୍ତୀ ପାଳନ ରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଅତିଥି ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଆୟୋଜକ ସମ୍ପାଦକ ରଞ୍ଜନ କୁମାର କାଷ୍ଟା ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୂଚନା ଯୋଗ୍ୟ ଯେ ଅମୃତାୟନ ନାମରେ ଆୟୋଜିତ ଏହି ୩ ଦିନିଆ ମହୋତ୍ସବ କୁ ମହାମହୀମ ରାଷ୍ଟ୍ରପତି ଉଦଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!