ଫେବୃଆରୀ ୫ ରୁ ବୃଦ୍ଧଖୋଲ ମହୋତ୍ସବ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆସନ୍ତା ଫେବୃଆରୀ ୫,୬ଓ ୭ ତାରିଖ ତିନିଦିନ ଧରି ବୃଦ୍ଧଖୋଲ ମହୋତ୍ସବ ହେବ।ସ୍ଥାନୀୟ ଐତିହାସିକ ଶୈବପୀଠ ବୃଦ୍ଧଖୋଲ ପାଦଦେଶସ୍ତ ଜନସୁବିଧା କେନ୍ଦ୍ରରେ ବୃଦ୍ଧଖୋଲ ଉନ୍ନୟନ ସମିତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୃଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରହିତରେ ଏହି ବୈଠକ ହୋଇଥିଲା।ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହି ବୈଠକରେ ସର୍ବସମ୍ମତିକ୍ରମେ ବୃଦ୍ଧଖୋଲ ମହୋତ୍ସବ ଆୟୋଜନ ନେଇ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!