ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର,ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଟାଟୁରୁ ମହିଳାଙ୍କ ପରିଚୟ ଖୋଜା କଟକ ନଦୀ ପଠାରୁ ମହିଳାଙ୍କ କଟା ମୃତଦେହ ଉଦ୍ଧାର ଘଟଣାମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପିମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ ଚିହ୍ନିବା କଷ୍ଟକର ଡିସିପି ଆଖପାଖ ଥାନାକୁ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ମଗାଯାଇଛି’ମହିଳାଙ୍କ ହାତରେ ବାବା ବଳିଆ ଲେଖାଥିବାରୁ ଆଶ୍ରମରେ ପଚରାଉଚରା। ସାଇଣ୍ଟିଫିକ୍ ଦ୍ବାରା ମହିଳାଙ୍କ ଲୁଗା ଓ ଟିପ ଚିହ୍ନ ସଂଗ୍ରହ କରାଯାଇଛି ସୂଚନା ଯୋଗ୍ୟ ଯେ ଗତ କାଲି ନଦୀ ପଠାରେ ପଡ଼ିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ। କଟକ କନ୍ଦରପୁର ଥାନା ପରମହଂସ ନିକଟ ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ନଦୀ ପଠାରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି।ପଠା ଯାଇଥିଲା ମୃତ ମହିଳାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ କିଏ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି।ଅନ୍ୟପକ୍ଷରେ ମୃତ ମହିଳାଙ୍କ ୨ହାତରେ ଟାଟୁ ରହିଛି। ଡାହାଣ ହାତରେ ହୋଇଥିବା ଟାଟୁରେ ‘ଓଁ ବାବା ବଳିଆ’ ଲେଖାଯାଇଛି। ଏଥିସହ ମୃତଦେହ ନିକଟରୁ ଛୋଟ ପିଲାର ଖାଦ୍ୟ, ଦେଢ଼ ବର୍ଷ ଝିଅ ଡ୍ରେସ ଓ ଗୁଟୁଖା ଜବତ କରାଯାଇଛି। ଏଥିସହ ଜଣେ ପୁରୁଷ ଲୋକର ଡ୍ରେସ ମଧ୍ୟ ମିଳିଛି। ଏହି ସବୁ ଜିନିଷକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ।

Leave a Reply

Your email address will not be published. Required fields are marked *

error: Content is protected !!