ବରଗଡ (ମୁକୁନ୍ଦ ଦାସ) : ଲରମ୍ଭା ଉଚ୍ଚ ବିଦ୍ୟାଳୟ ଲରମ୍ଭା,୧୯୯୦ ମାଟ୍ରିକ ବ୍ୟାଚ ବନ୍ଧୁମିଳନ, ତାରିଖ ୧୫/୧୨/୨୦୨୪ ରବିବାର ଲରମ୍ଭାଉଚ୍ଚ ବିଦ୍ୟାଳୟ ଲରମ୍ଭା ୧୯୯୦ ମସିହା ଛାତ୍ରୀ /ଛାତ୍ର ମାନଙ୍କ ବନ୍ଧୁମିଳନ ଉତ୍ସବ ମହାସମାରୋହରେ ହୋଇଯାଇଛି l ବନ୍ଧୁମିଳନ ଉତ୍ସବରେ ସେସମୟର ଗୁରୁଜୀ ଭାରତସରାପ, ଦିଲ୍ଲୀପକୁମାର ସାହୁ କୈଳାଶ ଚନ୍ଦ୍ର ଦାସ, ଗଗନ ବିହାରୀ ଚିର୍ଗୁନ, ଓ ଶିକ୍ଷା କର୍ମୀ ତ୍ରିନାଥ ମହାକୁର ଓ ରଞ୍ଜିତ ବେହେରା ନିମନ୍ତ୍ରିତ ହୋଇଥିଲେ l
ସମସ୍ତ ନିମନ୍ତ୍ରିତ ଗୁରୁଜୀ ଓ ଶିକ୍ଷାକର୍ମୀଙ୍କୁ ତିଳକ ଚନ୍ଦନ ଫୂଲ ଦେଇବନ୍ଦେଇଲେ ଓ ଉପଢୌକନ ଦେଇ ସମ୍ମାନିତ କଲେ l ଗୁରୁଜୀମାନେ ଛାତ୍ରୀ, ଛାତ୍ର ମାନଙ୍କ ଶିକ୍ଷା ସମୟର ସ୍ମୃତି କହିଥିଲେ ଓ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭାଶିର୍ବାଦ ଦେଲେ l ଛାତ୍ରୀ, ଛାତ୍ର ମାନେ ନିଜ ନିଜ ବିଦ୍ୟାଳୟ ସମୟର ଅନୁଭୂତି ପ୍ରକାଶ କରିଥିଲେ l ଛାତ୍ରୀ ଗାୟତ୍ରୀ କମ୍ପ ଓ ଛାତ୍ର ଶକ୍ତିଦେବ ମିଶ୍ର ସଭା ପରିଚାଳନା କରିଥିଲେ l ଶେଷରେ ଏକ ଗ୍ରୁପ ଫୋଟୋ ନିଆ ହୋଇଥିଲା l ଏବଂ ପାରବର୍ତ୍ତୀ ୨୦୨୫ ମସିହାରେ ବନ୍ଧୁମିଳନ କରିବା ପାଇଁ ପ୍ରସ୍ତାବ ନିଆହୋଇଥିଲା l