ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଶାଖା ଗଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ଗୋପାଳ ଜୀ ଯୋଗାଳୟ ସାଧନା ପୀଠ ରେ ଗରେଖ ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇ ଯାଇଛି l ଏଥିରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ଓଡ଼ିଶା ସଂଜୋଜକ ଶ୍ରୀ ଗିରିଜା ଶଙ୍କର ରଥ ଏହାର ଆଭିମୁଖ୍ୟ ଓ ଆବଶ୍ୟକତା ସଂପର୍କ ରେ ବିଷଦ ବିବରଣୀ ଦେବା ପରେ ମଞ୍ଚlଷିନ ଅତିଥି ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ଡ଼ଃ ପ୍ରଫୁଲ୍ଲ ରଥ ଓ ଡଃ ଆର୍ତ୍ତ ତ୍ରlଣ ବାବୁ ସୁବର୍ଣ୍ଣପୁର ର ସାହିତ୍ୟ ସଂସ୍କୃତି କୁ ବିସ୍ତାର କରିବା କୁ ଏହାର ଖୁବ୍ ଆବଶ୍ୟକତା ରହିଥିବା ମତ ରଖିଥିଲେ l ଏହି ଅବସର ରେ ଆଜି ଏକ ସାହିତ୍ୟ ପରିଷଦ ଗଠନ କରଯାଇଛି l

ସଭାପତି ଭାବେ ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ଉପ ସଭାପତି ଭାବେ ଡ଼ଃ ପ୍ରଫୁଲ୍ଲ ରଥ, ସମ୍ପାଦକ ଭାବରେ ଡ଼ଃ ଆର୍ତ୍ତ ତ୍ରାଣ ବାବୁ, ସହ ସମ୍ପାଦକ ଭାବରେ ପଙ୍କଜ ଖମାରୀ, କୋଷାଧ୍ୟକ୍ଷ ଭାବେ ଦେବ କିଶୋର ଦାନୀ, ସଞ୍ଜୋଜକ ଭାବେ ପ୍ରଦୀପ ପୁରୋହିତ ଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଗୋରେଖ ନାଥ ସାହୁ, ରମେଶ ପ୍ରାସାଦ ନାୟକ ଙ୍କୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସୋନପୁର ରୁ ଆଦିତେଶ୍ୱର୍ ମିଶ୍ର, ସୁଦାମ ନାଏକ, ଶ୍ରୀଧର ବାଗ, ଓ ବିଭିନ୍ନ ବ୍ଲକ୍ ରୁ ବିନିକା ରୁ ପ୍ରମୋଦ ପଣ୍ଡା, ତରଭା ରୁ ଜୟ ପ୍ରକାଶ ସାହୁ, ବି ଏମ୍ ପୁର ରୁ ଦ୍ଵିତି କୃଷ୍ଣ ପଣ୍ଡା, ଉଲୁଣ୍ଡା ରୁ ଯୋଗିନ୍ଦ୍ର ପଣ୍ଡା, ଓ ଡୁଙ୍ଗୁରିପାଲି ରୁ ସୁବାସ ପାତ୍ର ଙ୍କୁ ମନୋନୀତ କରାଯାଇଛି l

Leave a Reply

Your email address will not be published. Required fields are marked *

error: Content is protected !!