ତୃତୀୟ ଆନ୍ତର୍ଜାତିକ ଯୋଦ୍ଧା ଦିବସ ପାଳିତ।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡା ସହର ସ୍ଥିତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ଆନ୍ତର୍ଜାତିକ ମାନବଧିକାର ଯୋଦ୍ଧା ଦିବସ। ରାୟଗଡ଼ ଓଟନମସ କଲେଜ ପ୍ରିନ୍ସିପାଲ ବବିଲତା ସରାଫ ମହୋଦୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଇଂରାଜି ଅଧ୍ୟାପକ ଉଦୟ ନାଥ ନାୟକ, ସମ୍ମାନିତ ଅତିଥି ଭାବେ ୟାଲ୍ଲା ଭେଙ୍କେଟେଶ୍ୱର ରାଓ (କଣ୍ଡାବାବୁ) ଉପସ୍ଥିତ ଥିଲେ। ମାନବଅଧିକାର ଯୋଦ୍ଧା ମାନଙ୍କ ମଧ୍ୟରେ ଅଞ୍ଚଳ ମୁଖ୍ୟ ଅନୁବ୍ରତ ବାରା, ସଭାପତି ବିଭୂତି ଭୂଷଣ ପରିଡ଼ା, ଉପ ସଭାପତି ଶିବରାମ ବେହେରା, ସାଧରଣ ସଂପାଦକ ରୁଦ୍ରକାନ୍ତ ସେନାପତି, ଗଠନ ସଂଯୋଜକ ଓ ଆଇନ୍ ଉପଦେଷ୍ଟା ମାନସ ରଞ୍ଜନ ରଥ, ସହ ସଂପାଦକ ରାଜେଶ କୁମ୍ଭାରଙ୍କ ସମେତ ମୋନଜ କୁମାର ମିଶ୍ର , ବିଜୟ ବେହେରା, ନିରଞ୍ଜନ ନିମାଲ, ଛାବିଲାଲ୍ ଲିମା, କିଶୋର ମହାନନ୍ଦିଆ, ସଞ୍ଜୟ କରକରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

ସଭା କାର୍ଯ୍ୟକୁ ଆଇନଜିବୀ ମାନସ ରଞ୍ଜନ ରଥ ପରିଚାଳନା କରିଥିଲେ। ଏହି ଅବସରରେ ସମାଜରେ ଦିନକୁ ଦିନ କିଭଳି ମାନବାଧିକାର କ୍ଷୁର୍ଣ୍ଣ ହୋଇଚାଲିଛି ଏହି ବିଷୟରେ ଆଲୋକ ପାତ ଓ ଆଲୋଚନା ହୋଇଥିଲା। କୌଣସି ସମସ୍ୟାର ସମାଧାନ ପାଇଁ ଏକ ମିଳିତ ଉଦ୍ୟମର ଆବଶ୍ୟକତା ରହିଥାଏ ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ। ସମସ୍ୟା ବହୁତ ଜଟିଳ ଏବଂ ବିଶାଳ ହୋଇଥାଏ ,ବିଭିନ୍ନ ସାମାଜିକ ସଂଗଠନ, ବ୍ୟକ୍ତି ବିଶେଷ, ବୁଦ୍ଧିଜୀବି ଓ ବିଭିନ୍ନ ବର୍ଗର ଲୋକମାନେ ଏକତ୍ରିତ ହୋଇ ଗୋଟିଏ ମିଳିତ ମଞ୍ଚରେ ସମସ୍ୟାର ସମାଧାନ ଦିଗରେ ପ୍ରୟାସ କରିଲେ ନ୍ୟାୟ ମିଳିବାରେ ସୁବିଧା ହୋଇଥାଏ। ଏଵଂ ଦଳିତ, ନିଷ୍ପେସିତ ତଥା ସମସ୍ତ ବର୍ଗର ଲୋକଙ୍କ ସବୁଠାରୁ ଅଧିକ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ସେମାନଙ୍କ ପାଇଁ ଆମେ ଏକ ଆଶାର କିରଣ ହୋଇପାରିବା ବୋଲି କହିଛନ୍ତି ଅତିଥି ବୃନ୍ଦ।ଛୋଟ ଛୋଟ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ୟାର ସମାଧାନ ଆଡ଼କୁ ପ୍ରୟାସ କରିବା ତେବେ ଆଜି ଦିନର କାର୍ଯକ୍ରମ ସାର୍ଥକ ହୋଇପାରିବ ବୋଲି ବୈଠକରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!