ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ ହୋଇଥିବାବେଳେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରୁ ସାତଟି ବିଜେପି ଶାସିତ ରାଜ୍ୟ। ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨୬ ତାରିଖ ଦିନ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ। ଏଥିରେ ଦଳର ନେତୃବୃନ୍ଦ ସାମ୍ପ୍ରତିକ ସରକାରର ଜନ ବିରୋଧୀ କାର୍ଯ୍ୟକ୍ରମ ସମେତ ଦରବୃଦ୍ଧି ଠାରୁ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବାର ବିଫଳତା ଯାଏଁ ଜନସାଧାରଣଙ୍କ ପାଖରେ ରଖିବେ।