ଜଣେ ଲେଖାଏଁ ଶିକ୍ଷକ ଥିବା ୩ଟି ବିଦ୍ୟାଳୟରେ ନିଯୁକ୍ତି ପାଇଲେ ୩ ଶିକ୍ଷକ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):: ବୁଗୁଡା ବ୍ଲକର ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ କଞ୍ଚୁରୁ ପାଟଣା ଓ ବେଲପଡା ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଗୁଡିକ ଦୀର୍ଘକାଳ ହେଲା ଜଣେ ଲେଖାଏଁ ଶିକ୍ଷକରେ ଚାଲିଥିଲା ବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ସାଙ୍ଗକୁ ବିଭିନ୍ନ ବିଶୃଙ୍ଖଳା ସୃଷ୍ଟି ହେଉଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଶିକ୍ଷା ପ୍ରଶାସନର ଚେତା ପଶିଥିଲା। ଯାହା ଫଳରେ ଜଣେ ଲେଖାଏଁ ଶିକ୍ଷକରେ ଚାଲିଥିବା ଉକ୍ତ ତିନୋଟି ବିଦ୍ୟାଳୟରେ ଆଉ ଜଣେ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

ଏ ପରିପ୍ରେକ୍ଷୀରେ ଗୌଡିଆବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭ୍ରମର ନାୟକଙ୍କୁ ଠଣାପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ଏବଂ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୀର୍ତ୍ତିଭାନୁ ଖାଡ଼ଙ୍ଗାଙ୍କୁ ବଦଳି କରାଯାଇଥିବା ବେଳେ ସିଆରସିସି ଶର୍ମିଷ୍ଠା ଜେନାଙ୍କୁ ବେଲପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଶିକ୍ଷକ ରାଜେଶ ସାହୁଙ୍କୁ ମଧ୍ୟ ମାଣିବନ୍ଧ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବା ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

error: Content is protected !!