ଡ଼ଃ ଅଭିଷେକ ମିଶ୍ର ଙ୍କ ସ୍ମୃତି ଉଦ୍ଧେଶ୍ୟରେ ରକ୍ତଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ସହରର ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ମଣ୍ଡପ ଠାରେ ଡ଼ଃ ଅଭିଷେକ ମିଶ୍ର ସ୍ମୃତି କମିଟି ପକ୍ଷରୁ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ଓ ସିଟି ସେଣ୍ଟର୍ ସୋନପୁର ତରଫରୁ କମ୍ପ୍ୟୁଟର ମାଧ୍ୟମ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଜଣେ ମହିଳାଙ୍କ ସମେତ ୨୦ ଜଣ ରକ୍ତ ଦାତା ରକ୍ତ ଦାନ କରିଥିବାବେଳେ ୭୦ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା ଏବଂ ୨୦ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସକାଶେ ଚିହ୍ନଟ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ହାଇକୋର୍ଟ ବିଚାରପତି ଚିତ୍ତ ରଞ୍ଜନ ଦାଶ ଶୁଭ ଉଦଘାଟନ କରିଥିବା ବେଳେ ସମାଜସେବୀ ବୈକୁଣ୍ଟ ଶତପଥୀ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶେଷ ଦେବ ମେହେର, ଆଇନଜୀବୀ ଗୌରୀ ଶ୍ୟାମ ପଣ୍ଡା, କେଦାର ମିଶ୍ର, ସମାଜ ସେବୀ ଲଡୁ ମଲ୍ଲିକ, ଶ୍ରୀବତ୍ସ ମଲ୍ଲିକ ଏଠାରେ ଅତିଥି ଭାବେ ଯୋଗ ଦେଇ ଥିଲେ l ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା ପରେ ରକ୍ତ ଦାନ ଶିବିର କୁ ଜଷ୍ଟିସ ଦାଶ ଏହାକୁ ଉଦ୍ଘାଟନ କରି ସ୍ୱର୍ଗୀୟ ଆତ୍ମା ଙ୍କ ଶ୍ରଦ୍ଧାଞ୍ଜଳି ସକାଶେ କରାଯାଉଥିବା ମହତ୍ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶ ଥାଉ କି ଯେ କିଛି ଦିନ ପୂର୍ବରୁ ଶିଶୁ ଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ର ଏଇ ସୁଯୋଗ୍ୟ ସନ୍ତାନ ତଥା ଯୁବ ପ୍ରତିଭା ଡ଼ଃ ଅଭିଷେକ ମିଶ୍ର ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ପବିତ୍ର ଗୀତା ଜୟନ୍ତୀ ତିଥି ରେ ସୋନପୁର ଶିଶୁ ଗୃହ ଠାରେ ଶିଶୁ ମାନଙ୍କୁ ଅନ୍ନ ଭୋଜନ ରେ ଆପ୍ୟାୟିତ କରଯାଇଥିଲା।

ସ୍ଥାନୀୟ ଘୋଡାଘାଟ ପଡ଼ା ଦଧି ବାମନ ମନ୍ଦିର ଦଧି ବାମନ ମନ୍ଦୀର ରେ ମଧ୍ୟ ବ୍ରାହ୍ମଣ ଭୋଜନ ର ବ୍ୟବସ୍ଥା କରାଯାଇ ସ୍ୱର୍ଗତ ଆତ୍ମା ର ସଦଗତି କାମନା କରଯାଇଥିଲା l ପ୍ରକାଶ ଥାଉ କି ଯେ ଡ଼ଃ ଅଭିଷେକ ମିଶ୍ର ଙ୍କ ମାଣ୍ଡିଆ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତର ରେ ସ୍ଵୀକୃତି ପାଇବା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ କୁ ଗୁଣିତ କରିଥିବା ଜଣା ଯାଇଛି l “ଅଭିଷେକ ଙ୍କ ମାଣ୍ଡିଆ ସନ୍ଦର୍ଭ” ଯାହାକି ୬୭ ଗୋଟି ଦେଶ ସ୍ଵୀକୃତି ପ୍ରଦାନ କରିଥିବା ବିଷୟ ଅଭିଷେକ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat