ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ

ଖୋର୍ଦ୍ଧା (ସମୀର ରଞ୍ଜନ ନାୟକ) : ଆଜି ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସର ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ରେ ସକାଳ ୧୦ ଘଣ୍ଟାରେ ମାଲ୍ୟାର୍ପଣ କରାଯାଇଛି । ପରେ ଉକ୍ତ ସ୍କୁଲ ଅଡିଟୋରିଅମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା ଭାବେ ସମସ୍ତଙ୍କୁ ଉଦବୋଧନ ଦେଇ କହିଲେ ଯେ ଵକ୍ସି ଜଗବନ୍ଧୁଙ୍କ ଆଦର୍ଶ ରେ ଅନୂପ୍ରାଣିତ ହୋଇ ସବୁ ସମୟରେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସଚେତନ ରହିବା ଆବଶ୍ୟକ।

ସେହିପରି ଅତିରିକ୍ତ ଜିଲ୍ଲାପାଳ ଉଦବୋଧନ ଦେଇ କହିଲେ ଯେ ଆମ ଓଡ଼ିଶାର ଇତିହାସ ବହୁତ ସୁଦୃଢ ଆମର ପୁର୍ବଜ ମାନଙ୍କ ଗାରିମା ବହୁତ ମହାନ ।ସତ୍ୟବାଦୀ ବଳିଆର ସିଂ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ କହିଲେ ଯେ ଇତିହାସ ନ ଜାଣିଲେ ଭବିଷ୍ୟତ ଆମେ କଳ୍ପନା କରିପାରିବାନି ।ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ଭୀମସେନ ପ୍ରଧାନ, ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ବକ୍ସି ଜଗବନ୍ଧୁ ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।

ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତା ରେ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦିଆଯାଇ ପୁରସ୍କୃତ କରାଯାଇ ଥିଲା । ଏହାପରେ ପାଇକମାନଙ୍କ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!