ପାଣି କିଣି ପିଉଛୁ,ସରକାରଙ୍କୁ ସମାଧାନ କରିବାକୁ ନିବେଦନ କଲେ ଗଡ଼ସନ୍ତ୍ରୀ ଗ୍ରାମବାସୀ

ଅନୁଗୁଳ (ଅଜିତ କୁମାର ଭୋଇ) : ପ୍ରଚଣ୍ଡ ରୌଦ୍ର ତାପରେ ଆଉଟୁ ପାଉଟୁ ହେଉଛନ୍ତି ଲୋକ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। କୁଆ ପୁଖରେ ଓ କୁଅ ପାଣି ଶୁଖି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ବୈଠକ କରି ଏକ ଟ୍ୟାଙ୍କର ମାଧ୍ୟମରେ ଦୈନିକ ୧୫୦୦ ଟଙ୍କା ଦେଇ ପାଣି କିଣି ପିଉଛନ୍ତି ଲୋକେ। ଟ୍ୟାଙ୍କର ଗାଡ଼ି ଲାଗିବା ମାତ୍ରେ ପିଲାଠୁ ଆରମ୍ଭ କରି ଯୁବକ, ଯୁବତୀ, ବୃଦ୍ଧ ବ୍ୟକ୍ତି ନିଜ ନିଜର ହାଣ୍ଡି ମାଠିଆ ଧରି ଧାଡ଼ି ବାନ୍ଧି ଠେଲାପେଲା ହୋଇ ପାଣି ନେଉଛନ୍ତି।

ଜୋର ଯାର ମୁଲକ ତାର। ଯାହାର ବଳ ଅଛି ସେ ପାଣି ମିଳିଲା ଯିଏ ଦୁର୍ବଳ ସେ ପାଣି ପାଇବାରେ ବଞ୍ଚିତ ହେଉଛନ୍ତି।ଏପରି ସମସ୍ୟା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତ ଗଡ଼ସନ୍ତ୍ରୀ ଗାଁରେ। ଏହି ଗାଁରେ ୭୦ ପରିବାର ବସବାସ କରୁଛନ୍ତି। ଜନ ସଂଖ୍ୟା ୪୦୪ ରହିଛି। କୁଅ ଓ ନଳକୂପ ଗୋଟିଏ ଲେଖାଏଁ ରହିଛି। କୁଅ ଶୁଖି ଯାଇଥିବା ବେଳେ ନଳକୁପରେ ଦୈନିକ ୨ ରୁ ୩ ହାଣ୍ଡି ପାଣି ବାହାରୁଛି। ଏ ନେଇ ଗ୍ରାମର ଜାମେସ ଶବରଙ୍କ ନେତୃତ୍ୱରେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଓ ମୌଖିକ ଭାବେ ମଧ୍ୟ ଜଣାଇଛନ୍ତି।

ଏଥିସହ ପଞ୍ଚାୟତ ପାନୀୟ ଜଳ ଯୋଗାଣ ବିଭାଗକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ। ତେଣୁ ବାଧ୍ୟହୋଇ ଗ୍ରାମବାସୀ ବୈଠକ କରି ପ୍ରତିଦିନ ୧୫୦୦ ଟଙ୍କା ଭଡା ଦେଇ ଟ୍ୟାଙ୍କରରେ ପାଣି କିଣୁଥିବା କହିଛନ୍ତି।ପାନୀୟ ଜଳ ସଙ୍କଟ ସମାଧାନ ଯଦି କରା ନ ଯାଏ ତେବେ ଆଗାମୀ ଦିନରେ ରାସ୍ତା ରୋକ୍ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଗଡ଼ସନ୍ତ୍ରୀ ଗାଁ ଲୋକ। ଏନେଇ ବିଡ଼ିଓ ରାଜୀବ ଦାସଙ୍କୁ ପଚାରିବାରେ ଖୁବ ଶୀଘ୍ର ଗାଁକୁ ଯାଇ ପାନୀୟ ଜଳ ସମସ୍ୟାର ସମାଧାନ କରାଜୀବ ବୋଲି ସେ କହିନାହିନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!