ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ଜିଲ୍ଲା କୁଲପଡା ଠାରେ ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋ ସେବା ପାଳନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଉଦଘାଟନ କରିବା ସହ ଟ୍ରଷ୍ଟ ର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଗୋ ସୁରକ୍ଷା ଓ ଲାଳନ ପାଳନ ପ୍ରତ୍ୟେକ ନଗରିକଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ମତ ରଖିଥିଲେ। ଏହାର ଭିତ୍ତିଭୂମି ର ବିକାଶ ଓ ସୁ-ପରିଚାଳନା ପାଇଁ ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।
ଟ୍ରଷ୍ଟ ର ସଭାପତି ପବନ କୁମାର ଅଗ୍ରୱାଲ ଙ୍କ ସଂଜଜୋନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରକନ୍ୟା ମଠ ର ମଠାଧୀଶ ଲବ ଶତପଥୀ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ, ଆରତୀ ଅଗ୍ରୱାଲା, ଟ୍ରଷ୍ଟ କୋଷାଧ୍ୟକ୍ଷ କମଲ ଅଗ୍ରୱାଲ, ମଲ୍ଲିକା ଦେବୀ ଅଗ୍ରୱାଲା, ବରିଷ୍ଠ ନାଗରିକ ଈଂ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଚମରା ରାମ ତ୍ରିପାଠୀ, ଭୁବନ ମୋହନ ତ୍ରୀପାଠୀ, ମାରୱାଡି ଯୁବା ମଞ୍ଚ ସଭାପତି ମନୋଜ୍ ଅଗ୍ରୱାଲା, ଅମିତ୍ ଅଗ୍ରୱାଲା, ଫୁଲଚନ ଅଗ୍ରୱାଲା, ସୁରେଶ କମାଣି ପ୍ରମୁଖ ମାରୱାଡ଼ି ଯୁବା ମଞ୍ଚ, ସ୍ବଚ୍ଛ ଭାରତ ସଙ୍ଗଠନ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତା, ବୁଦ୍ଧିଜୀବୀ, ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇ ଟ୍ରଷ୍ଟ ପରିଚାଳକ ଙ୍କୁ ଉତ୍ସାହିତ କରିଥିଲେ lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ