ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ନିରାଡ଼ମ୍ବର ଭାବରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇ ଯାଇଛି I ଶନିବାର ପୂର୍ବାହ୍ନରେ ମହାଦେବ ଓ ମାତା ପାର୍ବତୀଙ୍କ ସାରାଦି,ମଙ୍ଗଳିକ କାର୍ଯ୍ୟ ସହ ମଙ୍ଗଳନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ମଙ୍ଗଳନ କାର୍ଯ୍ୟରେ ରଥପଡା ଭାଗବତ ରାଧାକୃଷ୍ଣ ମନ୍ଦିର ପୂଜକ ଗୋପାଳ କୃଷ୍ଣ ମିଶ୍ର, ମୂନେଶ ମେହେର, ସୁଶାନ୍ତ ନାଏକ, ରାଜେନ୍ଦ୍ର ମିଶ୍ର ନେତୃତ୍ୱ ଅଞ୍ଚଳର ଶ୍ରାଦ୍ଧଲୁ ଶତାଧିକ ମହିଳା ଓ ପୁରୁଷ ଶିବ ଓ ପାର୍ବତୀଙ୍କ ମଙ୍ଗଳନ କାର୍ଯ୍ୟ ଯୋଗଦାନ କରି ପ୍ରଭୁଙ୍କ ଆଶ୍ରିବାଦ ଭିକ୍ଷା କରି ପରସ୍ପର ହଳଦୀ ଲେପନ କରିଥିଲେ I
ସେହିପରି କୁମ୍ଭାର ପଡା, ନୁଆଁ ପଡା ସମେତ ବିଭିନ୍ନ ପଡା ର ମହିଳା ମାନେ ଯୋଗଦାନ କରିଥିଲେ I ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ମାତା ପାର୍ବତୀଙ୍କୁ ସୁସର୍ଜିତ କରାଯାଇ ଥିଲା I ପ୍ରାୟ ତିନି ଫୁଟ ଉଚ୍ଚସମ୍ପନ୍ନ ରୋପ୍ୟ ନୀଳକଣ୍ଠେଶ୍ଵର ମହାଦେବଙ୍କୁ ବିମାନରେ ସର୍ଜିତ କରାଯାଇ ବରପକ୍ଷରୁ ଗନସନ କରାଯାଇ ଶଙ୍ଖ,ଘଣ୍ଟ ବାଦ୍ୟ ସହିତ ମନ୍ଦିର ପରିସରୁ ବରଯାତ୍ରୀ ବାହାରି ପୂଜା ମଣ୍ଡପ ପ୍ରଯ୍ୟନ୍ତ ଆସିଥିଲେ I ବର ଶୋଭାଯାତ୍ରା ପହଞ୍ଚିବା ପରେ କନ୍ୟା ପକ୍ଷରୁ ମାମୁଁ ବାଟବରଣ ଓ ଗନସନ କରାଯାଇ ବେଦୀ(ପୂଜାମଣ୍ଡପ) କୁ ପାଛୋଟି ନେଇଥିଲେ I ରାତ୍ରି ପ୍ରାୟ ଦଶ ଟା ସମୟରେ ପଣ୍ଡିତ ପବିତ୍ର ଶତପଥି ଙ୍କ ଦ୍ୱାରା ରୀତିନୀତି ରେ ବିବାହ କାର୍ଯ୍ୟ ଆରମ୍ଭ ହୋଇ ରାତ୍ରି ବାର ଟା ସମୟରେ ବାବା ନୀଳକଣ୍ଠେଶ୍ଵର ଓ ମାତା ପାର୍ବତୀ ଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା I ରୀତିନୀତି ପରେ ଯାନୀ ଯୌତୁକ ସହ କନ୍ୟା ପକ୍ଷରୁ ଗନସନ କରାଯାଇ ଦେବଦମ୍ପତିଙ୍କୁ ବିଦାୟ ଦେବା ସହ ମନ୍ଦିରକୁ ନେଇଯାଇ ଶୀତଳ ଷଷ୍ଠୀ ଉତ୍ସବ ସମ୍ପନ୍ନ କରାଯାଇଥିଲା I
ତରଭା ତେଲିପଡାର ଦେବେନ୍ଦ୍ର ନାଏକ ଏବଂ ବିନୋଦିନୀ ମାଝୀ ବର ପକ୍ଷରୁ ନୀଳକଣ୍ଠେଶ୍ଵର ବାବାଙ୍କ ପିତାମାତା ଦାୟିତ୍ୱ ନେଇଥିବା ବେଳେ କୁମ୍ଭାରପଡାର କପିଳାସ ସେଠ ଏବଂ କମଳିନୀ ସେଠ କନ୍ୟା ପକ୍ଷରୁମାତା ପାର୍ବତୀଙ୍କ ପିତାମାତା ଦାୟିତ୍ଵ ତୁଲାଇ ଥିଲେ I କନ୍ୟା ପକ୍ଷରୁ ମାମୁଁ ଭାବରେ ପୂର୍ଣ୍ଣଚନ୍ଦ୍ର ସେଠ (ପୁଆ) ଏବଂ ବରପକ୍ଷରୁ ସାଲେଗ୍ରାମ ମାଝୀ (ଆଗଳପୁର) ମାମୁଁ ଭାବରେ ଦାୟିତ୍ଵ ତୁଲାଇଥିଲେ I ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ପାଳନ ନେଇ ମନ୍ଦିର ପୂଜକ ଜନାର୍ଦ୍ଦନ ଥାନାପତି, ଗୋବର୍ଦ୍ଧନ ଥାନାପତି, କୁଳମଣି ଥାନାପତି, ଆଭାଶ ଥାନାପତି ଙ୍କ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ସାହୁଙ୍କ ସହ ଶଙ୍କର ପ୍ରସାଦ ସାହୁ,ଗୁଞ୍ଜୁରୁ ଗୁରୁ, ପର୍ଶୁରାମ ସାହୁ, ଶିବୁ ଷଡ଼ଙ୍ଗୀ ପ୍ରମୁଖ ନେତୃତ୍ୱ ନେଇ ଥିବା ବେଳେ ମନ୍ଦିର ବହୁ ବ୍ୟକ୍ତି ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ I ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା।