ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡି ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ। ଜିଲ୍ଲାର କଳାପଥର, ମହାଦେବପାଲି, ବିନିକା, ରାମପୁର, ଡୁଙ୍ଗୁରିପାଲି ଏବଂ ତେରୁପାଲି ପ୍ରଭୃତି ଧାନମଣ୍ଡୀକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଓଡିଶାରେ ଧାନ କିଣା କାରବାର ସ୍ଵଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ଅଧିନିୟମ ମାର୍ଗଦର୍ଶକା ଅନୁଯାୟୀ ଠିକ୍ ଠାକ୍ ଭାବେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଉଛି କି ନାହିଁ ରାଜ୍ୟ ସଭାପତି ଶ୍ରୀ ସାହୁ ତଦାରଖ କରିଥିଲେ।

ଓଡିଶା ର ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ସହିତ ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ବିଜେପି ସରକାର ଚାଷୀମାନଙ୍କ ପାଇଁ ସମର୍ପିତ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ସାହୁ କହିଥିଲେ। ସୁବର୍ଣ୍ଣପୁର ଧାନମଣ୍ଡୀ ପରିଦର୍ଶନ ସମୟ ରେ ଚାଷୀ ମାନଙ୍କୁ ଚିରାଫଟା ବସ୍ତା ଦିଆଯାଉ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତତସହିତ ମିଲର ମାନେ ଧାନ ପରିବହନ ପାଇଁ ଗାଡି ଠିକ ଭାବେ ଦେଉ ନ ଥିବାରୁ ଚାଷୀ ମାନେ ହଇରାଣ ହରକତ ହେଉଥିବା ଉପସ୍ଥିତ ଚାଷୀ ମାନେ ଶ୍ରୀ ସାହୁ ଙ୍କ ଠାରେ ଅଭିଯୋଗ କରିଥିଲେ। ଏହି ସବୁ ସମସ୍ୟା ର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଥିଲେ।

ଏହି ପରିଦର୍ଶନ ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂଯୋଜକ ଶ୍ରୀ ରାଜକିଶୋର ମେଣ୍ଡିଲି, କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ନବ ଦନ୍ତା, ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶିବରାଜ ବେହେରା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ଧର୍ମେନ୍ଦ୍ର ରାଉତ, ସୁପ୍ରଭା ସେଠ, ନିମାଇଁ ଚରଣ ଦେହୁରୀ, ବିଜୟ କୁମାର ମହାକୁଡ, ଉଦ୍ଧବ ମହାକୁଡ, ରୁପାଧର ପ୍ରଧାନ, ଯୁବରାଜ ପ୍ରଧାନ, ରୁଦ୍ରନାରାୟଣ ମହଲା, ହେମନ୍ତ କୁମାର ବିଶ୍ବାଳ, ସୁରୋଶ ପ୍ରଧାନ, ରଥ ସାହୁ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ l ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!