ବରିଷ୍ଟ ନାଗରିକ ସଙ୍ଘ ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସହିତ ବିଶ୍ବ ନିଶା ନିବାରଣ ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ସ୍ବାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ମାନସ କୁମାର ନାୟକ,ଫାର୍ମାସିଷ୍ଟ ଗଦାଧର ସୁରୁଜାଲ,ଏ ଏନ୍ ଏମ୍ ଭାମାବତୀ ହାତୀ,ମହାନଦୀ ନେତ୍ର ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ପ୍ରଶାନ୍ତ କୁମାର ଦାଶ, ସହଯୋଗୀ ମାନସ ଦଣ୍ଡସେନା, ସୌମ୍ୟରଞ୍ଜନ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ ।

ବୟସ୍କଙ୍କ ସ୍ବାସ୍ଥ୍ୟ ର ଯତ୍ନ, ବେଆଇନ ନିଶା କାରବାର ରୋକିବା,ଦୈନିକ ଜୀବନ ଚର୍ଯ୍ୟା,ଆହାର, ନିଦ୍ରା,ତପ, ସ୍ୱାଧ୍ୟାୟ, ବ୍ରହ୍ମଚର୍ଯ୍ୟ,ଯୋଗ, ପ୍ରାଣାୟମ ଆଦି ସମ୍ପର୍କରେ ଆଲୋଚନା କରା ଯାଇଥିଲା। ଅନୁଷ୍ଠାନ ର ଉପ ସଭାପତି ସୌମିତ୍ରୀ ମେହେର ସ୍ବାଗତ, ପୂର୍ବତନ ସଭାପତି ଭଗବାନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ ।ପରେ ପରେ ନିଃଶୁଳ୍କ ଭାବରେ ରକ୍ତଚାପ, ଚକ୍ଷୁ,ବ୍ଲଡ ସୁଗର ଆଦି ପରୀକ୍ଷା କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନାରାୟଣ ପ୍ରସାଦ ନାୟକ,ଧର୍ମଦତ୍ତ ପାଢୀ, ସନ୍ତୋଷ ଷଡ଼ଙ୍ଗୀ, ନିତ୍ୟାନନ୍ଦ ତ୍ରିପାଠୀ,ଅକ୍ରୂର ଦନ୍ତା, ତ୍ରିନାଥ ମିଶ୍ର,ଦିଲ୍ଲିପ ମିଶ୍ର,ଚମରା ମହାକୁର, ଜୟଦେବ ସାହୁ,ଶ୍ୟମ ସୁନ୍ଦର ସେଠୀ, ବାସୁଦେବ ପଣ୍ଡା, ଭୀମସେନ ବାରିକ, ନିରଞ୍ଜନ ସେଠୀ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ବଳରାମ କାଣ୍ଡ, ପ୍ରଶାନ୍ତ ସେଠ୍,ସୁରୁ ସାହୁ,ଗୋଲକ ବିହାରୀ ଦେହୁରୀ, ରତ୍ନାକର ମହାକୁର, ଜ୍ଞାନେନ୍ଦ୍ର ତ୍ରିପାଠୀ, ଭୂଷଣ ପାତ୍ର, ଅକ୍ଷୟ କୁମାର ମିଶ୍ର, ରାଧେଶ୍ୟାମ ରାଏ, କୃଷ୍ଣଚନ୍ଦ୍ର ପାଢୀ, ଦୟାନିଧି ହୋତା, ଧନୁର୍ଦ୍ଧର ମିର୍ଦ୍ଧା ପ୍ରମୁଖ ସାମିଲ ହୋଇଥିଲେ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!