କରଚୁଲି ଗ୍ରାମରେ ଭୟାବହ ଅଗ୍ନିକାଣ୍ତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ଗୌଡ ସାହିରେ ଜୁଲାଇ ୧ ତାରିଖ ରାତି ସମୟରେ ଭୟାବହ ଅଗ୍ନିକାଣ୍ତ ଘଟି , ଭାସ୍କର ଡାକୁଆ ଓ ଦେବରାଜ ଡାକୁଆ ଦୁଇ ପରିବାରର ଦୁଇଟି ଲେଖାଏଁ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଘରେ ପରିବାର ଲୋକେ ରାତ୍ରରେ ଶୋଇଥିବା ସମୟରେ ଏହି ଭୟାବହ ଅଗ୍ନିକାଣ୍ତ ଘଟିଥିଲା। ଅଗ୍ନିକାଣ୍ତର କାରଣ ଜଣା ପଡିନଥିବା ବେଳେ ବିଦ୍ଯୁତ୍ ସର୍ଟସାର୍କିଟ୍ ରୁ ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି।

ଦୁଇ ପରିବାରର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନିଆଁରେ ପୋଡି ପାଉଁଶ ହୋଇଯାଇଛି। ଗ୍ରାମବାସି ଓ ପରିବାର ଲୋକେ ନିଆଁକୁ ଆୟତ କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଥିଲା। ଖବର ପାଇ ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ସହ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ବୁଗୁଡା ତହସିଲଦାର ତାପସ ରାଉତ ସଙ୍ଗେ ସଙ୍ଗେ ପାଲ ପ୍ରଦାନ କରିବାର ବ୍ୟବସ୍ଥା କରିଥିବା ବେଳେ ଆର୍ଥିକ ସହାୟତ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!