ଖଜୁରିଆପାଲି ବନ ସୁରକ୍ଷା ସମିତିଠାରେ ୭୬ତମ ବନ ମହୋତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲେଇ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ବନ ସୁରକ୍ଷା ସମିତି ଠାରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ପରିବେଶ ସୁରକ୍ଷା ଓ ପ୍ରକୃତିର ଯତ୍ନ ପାଇଁ ବନର ଉତ୍ସବ ହେତୁ ବନ ମହୋତ୍ସବ ଦିନ ” ମା ପାଇଁ ଗଛ ଟିଏ ” ପାଇଁ ସମସ୍ତେ ବୃକ୍ଷ ରୋପଣ ଓ ଯତ୍ନ କରିବା ପାଇଁ ପ୍ରତିଜ୍ଞା କରି ପରିବେଶପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆ ପ୍ରଥମେ ପୂଜାର୍ଚନା କରି ଏକ ବର ଓ ପିପ୍ପଳ ବୃକ୍ଷକୁ ରୋପଣ କରି ତାହାକୁ ପୋଷ୍ୟ ବୃକ୍ଷ ଭାବେ ଗ୍ରହଣ କରିଥିଲେ l ପରେ ଉପସ୍ଥିତ ଅତିଥି ମାନଙ୍କ ସହିତ ସମସ୍ତ ସଭ୍ୟ ସଭ୍ୟା କରଞ୍ଜ, ବଉଳ, ନିମ୍ବ, ଜାମ୍ବୁ, ଆମ୍ବ, ଛତିଆନା ଭଳି ବିଭିନ୍ନ ଚାରା ରୋପଣ କରିଥିଲେ l

ଏହି କାର୍ଯ୍ୟକ୍ରମରେ ସଭାପତି କିଶୋର ଗଡୁଆ ଉପସ୍ଥିତ ଥିବା ବେଳେ ଟିମ୍ ଲିଡର ସଂଜୀବ କୁମାର ନାଗ ବନ ମହୋତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଭାବେ ବନପାଳ ଶ୍ରୀ ରଘୁମଣୀ ଭୋଇ ଉପସ୍ଥିତ ରହି ଆଜିର ଦିନରେ ବୃକ୍ଷର ମହତ୍ୱ ଓ ଆବଶ୍ୟକ ନିତାନ୍ତ ଜରୁରୀ ବୋଲି ବୁଝାଇବା ସହ ଆଗାମୀ ପିଢ଼ି ପାଇଁ ଜଙ୍ଗଲ ସୁରକ୍ଷା ସହ ବନ ମହୋତ୍ସବରେ ବୃକ୍ଷ ରୋପଣ ସହ ତାହାର ଯତ୍ନ ପାଇଁ ପ୍ରତିଜ୍ଞାବଦ୍ଧ ହେବା ପାଇଁ ଅନୁରୋଧ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ସୁନାପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନନ୍ତ ପ୍ରଧାନ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ୟ ଉଲୁଣ୍ଡାର ସୁନୀଲା ସାହୁ, କିଶୋର ନାଏକ,ବିଶ୍ଵମୋହନ ପୁରୋହିତ କୋଷାଧ୍ୟକ୍ଷ ଗୁପ୍ତେଶ୍ୱର ଦେହେରୀ, ମା କନ୍ଧେନ ବୁଢ଼ୀ ଏବଂ ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଭ୍ୟା ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ଭି.ଏସ.ଏସ ର ସମସ୍ତ ସଭ୍ୟ ସଭ୍ୟାଙ୍କ ସମେତ ସୁବାସିନୀ ମାଝୀ, ଦମୟନ୍ତୀ ଦେହେରୀ,କୁନି ଗଡୁଆ,ଶରତ ମାଝୀ, କିଶୋର ପଧାନ, ସ୍କ୍ୱାଡ଼ ତାପସ ରଞ୍ଜନ ମଲ୍ଲିକ, ସବ୍ୟସାଚୀ ତରିଆ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!