ଗୌଡବୋରଦା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୌଡିଆବରଦା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସହିତ ପଞ୍ଚାୟତର ବିଭିନ୍ନ ବିଦ୍ୟାଳରେ ବୁଗୁଡ଼ା ବନ ବିଭାଗର ପକ୍ଷରୁ ବନ ମହୋତ୍ସବ ପାଳନ ହୋଇଯାଇଅଛି । ଏହି ଅବସରରେ ଏକ ବୈଠକ ଆୟୋଜନ କରାଯାଇ ବୃକ୍ଷରୋପଣ କରିବା ଓ ଏହାର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଅତିଥି। ଗୌଡିଆବରଦା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରକାଶ ମହାରଥା ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉତ୍କଳ ଛାତ୍ର ସଂଘ ଗଞ୍ଜାମ ଜିଲ୍ଲା ସଭାପତି ରାକେଶ ଜେନା, ବାଲିପଦର ବନପାଳ ସୁକାନ୍ତ କୁମାର ପଟ୍ଟନାୟକ , ଉନ୍ନତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରଘୁନାଥ କୁମାର ପାତ୍ର ସମେତ ବହୁ ଛାତ୍ର ଛାତ୍ରୀ ଏବଂ ଅଞ୍ଚଳବାସୀ ଯୋଗଦେବା ସହ ବୃକ୍ଷ ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!