ସୁବର୍ଣ୍ଣପୁର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରରେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ କନିଷ୍ଠ ଓ ବରିଷ୍ଠ ରେ ସାହିତ୍ୟ ସମ୍ପର୍କୀତ ସାଧାରଣ ଜ୍ଞାନ ସହିତ ଇଂରାଜୀ ରୁ ଓଡ଼ିଆ ଅନୁବାଦ, ପ୍ରବନ୍ଧ, କବିତା ଆବୃତ୍ତି ଓ ବକ୍ତୃତା ଜିଲ୍ଲା ସଂସ୍କୃତି ଭବନ ଓ ଜିଲ୍ଲା ପାଠାଗାର, ସୋନପୁର ଠାରେ ଅଦ୍ୟ ତା ୧୦.୦୭.୨୦୨୫ ପୂର୍ବାହ୍ନ ୯.୦୦ ଘଟିକରୁ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗୀତାରେ ଅତିରିକ୍ତ ଜିଲ୍ଲାପାଳ,(ରାଜସ୍ବ), ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ,( ସାଧାରଣ), ସୁବର୍ଣ୍ଣପୁର,ଶ୍ରୀମତି ଅଞ୍ଜଳିନା ପ୍ରଧାନ, ସମ୍ମାନିତ ଅତିଥି, ଶ୍ରୀ ସମୀର କୁମାର ନାଏକ, ଡେପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓ.ଆର.ଏମ.ଏ ଏସ ସୁବର୍ଣ୍ଣପୁର ଓ ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର,ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

୧୨ ଜଣ ବିଭିନ୍ନ ବର୍ଗର ବିଚରକମାନେ ଉପସ୍ଥିତ ରହି ପ୍ରତ୍ୟେକ ବର୍ଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ । ପ୍ରତ୍ୟେକ ବର୍ଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।ଏହି ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ଓ ବରିଷ୍ଠ କୃତି ପ୍ରତିଯୋଗୀ ମାନେ ଭୁବନେଶ୍ଵର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ଯଥାକ୍ରମେ ଆଗାମୀ ନର୍ବାଚନରେ ତା୧୩.୦୭.୨୦୨୫ ଓ ୨୦.୦୭.୨୦୨୫ ରିଖ ଦିନ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ସେହି ପ୍ରତିଯୋଗୀମାନଙ୍କ ତାଲିକା ଜିଲ୍ଲା କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୯୭ ତା ୧୦.୦୭.୨୦୨୫ ରେ ସଚିବ, ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର ଙ୍କ ନିକଟକୁ ପଠାଇ ଦିଆ ଯାଇ ଥିବା ସୂଚନା ମିଳିଛ l ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!