ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ଗୁରୁ ପୂର୍ଣ୍ଣିମା” ଉତ୍ସବ ପାଳିତ

କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ଗୁରୁପୂର୍ଣ୍ଣିମା ଉତ୍ସବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲଅଦ୍ୟ ତା ୧୦.୦୭.୨୫ରିଖ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲ ଠାରେ ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ଅବସରରେ ‘ଗୁରୁପୂର୍ଣ୍ଣିମା ଉତ୍ସବ’ ଯଥାରୀତି ପାଳନ କରାଯାଇଛି । ବନ୍ଦନା ପ୍ରାର୍ଥନା ପରେ ଗୈରିକ ଧୂଜ ଉତ୍ତୋଳନ କରାଯାଇ ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ସେବିକା ମାନଙ୍କ ଦ୍ୱାରା ପୂଜନ କରାଯାଇଥିଲା ଓ ତତସହିତ ସମସ୍ତେ ଗୁରୁଦକ୍ଷିଣା କରିଥିଲେ । ମୁଖ୍ୟ ଶିକ୍ଷକ ଭାବେ ଆଚାର୍ଯ୍ୟ ଶରତଚନ୍ଦ୍ର ପାତ୍ର ଓ ବୈକୁଣ୍ଠ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ଗୁରୁପୂର୍ଣ୍ଣିମାର ମହତ୍ଵ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଦେଶବ୍ୟାପୀ ଗୁରୁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଷାଢ ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ପୂର୍ଣ୍ଣିମାରେ ମହାଭାରତର ରଚୟିତା ବ୍ୟାସଦେବଙ୍କର ଜନ୍ମ ହୋଇଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଦେବଗୁରୁ ବୃହଷ୍ପତ୍ତିଙ୍କ ପୂଜା ମଧ୍ୟ କରାଯାଇଥାଏ । ସଂସାର ଯାତ୍ରାରେ ଜୀବନ ନୌକାକୁ ପାର କରାଇବାପାଇଁ ଜଣେ ଦୀକ୍ଷା ଗୁରୁଙ୍କ ଆବଶ୍ୟକ ହୋଇଥାଏ ।ତାଙ୍କରି ମାର୍ଗଦର୍ଶନ ଜୀବନର ଆଲୋକ ବର୍ତ୍ତିକା ସଦୃଶ ହୋଇଥାଏ ।

ଜୀବନରେ ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ । ଏହା ବାଦ ଶିକ୍ଷା ଗୁରୁ ଏବଂ ଦିକ୍ଷା ଗୁରୁ । ଜୀବନ ଯାତ୍ରାରେ ଯିଏ ମାର୍ଗ ଦର୍ଶନ କରିଥାଆନ୍ତି ତାଙ୍କୁ ହିଁ ଆମେ ଗୁରୁରୂପେ ଗ୍ରହଣ କରିଥାଉ । ସେହି ଗୁରୁଙ୍କୁ ସମର୍ପିତ ଏହି ପବିତ୍ର ଦିନ । ଅନେକ ଛାତ୍ରଛାତ୍ରୀ ମଧ୍ୟ ବକ୍ତୃତା ପ୍ରଦାନ କରିଥିଲେ । ଶେଷରେ ଧୂଜ ଅବତରଣ କରାଯାଇ କାର୍ଯ୍ୟକ୍ରମ ସମାପନ କରାଗଲା । ମୋଟ ୪୫୦ଜଣ ଛାତ୍ରଛାତ୍ରୀ ଓ ସମସ୍ତ ସେବାବ୍ରତୀ ଉପସ୍ଥିତ ଥିଲେ ।ଯୋଡ଼ା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!