ତହଁକ ସାହିତ୍ୟ ସଂସଦ ଏବଂ ୠମୁକୁ ଝୁମାନା ଅନୁଷ୍ଠାନର ଝଁକେର କବିତା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ତହଁକ୍ ସାହିତ୍ୟ ସଂସଦ ଏବଂ ରୁମକୁଝୁମାନା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଝଁକେର୍ କବିତା ଉଛବ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଲମ୍ବୋଦର ତ୍ରିପାଠୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରୁମକୁଝୁମାନା ଅନୁଷ୍ଠାନ ର ସଭାପତି ଶାଶ୍ଵତ କୁମାର ତ୍ରିପାଠୀ, ତହଁକ୍ ସାହିତ୍ୟ ସଂସଦ ସମ୍ପାଦକ ରାଜେଶ ଦଣ୍ଡସେନା, କୋଶଲ ସାହିତ୍ୟ ଏକାଡେମୀ ସଭାପତି ଦେବେନ୍ଦ୍ର କୁମାର ନାଏକ,ଗବେଷକ ଅଖୋଜ କୁମାର ଷାଣ୍ଢ, କବି ଗୀତାଞ୍ଜଳି ମିଶ୍ର ମଞ୍ଚାସୀନ ଥିଲେ ।

ଦିଲିପ କୁମାର ମିଶ୍ର ସ୍ୱାଗତ୍ ଭାଷଣ ଦେଇଥିବାବେଳେ ଅର୍ଜୁନ କୁମାର ସାହୁ ସଭାପତି ସଂଯୋଜନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ଏକ କୋଶଲି କବିତା ଆସର୍ରେ ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାରୁ ପ୍ରାୟ ୭୦ ରୁ ଅଧିକ କବି ଯୋଗ ଦେଇ ସ୍ଵରଚିତ କବିତା ପାଠ କରିଥିଲେ। ଏହି ଅଧିବେଶନରେ ସଂଜୀବ ସେଠୀ, ଶଂକର୍ଷଣ ସାହୁ, ବୈରାଗୀ ସାହୁ, ରଂଜନ ସା, ପ୍ରଭାତ ଖମାରୀ, ଗୋପାଲ ଚନ୍ଦ୍ର ମେହେର, ସସ୍ମିତା ମେହେର, ଯୁଧିଷ୍ଠିର ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ।କବିତା ଆସର କୁ ସୁଦେଷ୍ନା ମିଶ୍ର, ନିକିତା ସା, ମାନସୀ ସାହୁ, ଶ୍ରଦ୍ଧାଞ୍ଜଳି ପଣ୍ଡା, ଅରୁଣୀ ତ୍ରିପାଠୀ, ପୁଷ୍ପାଞ୍ଜଳି ମେହେର ସଂଯୋଜନା କରିଥିଲେ। ମିଲନ ପଣ୍ଡା, ଗିରିଶ ପାତ୍ର, ଯଦୁମଣି କର୍ଣ, ଅଂକିତା ପୂଜାରୀ, ଅଜୀସା ସାହୁ, ବନୀତା ବାରିକ, ଲିଜା ଡାଂଗ୍, ପ୍ରମୁଖ ସହଯୋଗ କରିଥିଲେ।ର

Leave a Reply

Your email address will not be published. Required fields are marked *

Powered by Joinchat