ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ):ଭାରତ ବିକାଶ ପରିଷଦ ସୋନପୁର ତରଫ ରୁ କେନ୍ଦୀୟ ବିଦ୍ୟାଳୟ ସୋନପୁର ଠାରେ ବୃକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼. ନୃପରାଜ ସାହୁ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ବର୍ତ୍ତମାନ ସମୟରେ ଯେଉଁ ବୈଶ୍ୱିକ ଉଷ୍ମତା ବୃଦ୍ଧି ପାଉଛି ଏବଂ ଧରା ପୃଷ୍ଟ ରୁ ବୃକ୍ଷ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି,ସେହି ପରିପ୍ରେକ୍ଷୀରେ ଧରଣୀ ମାତାକୁ ସବୁଜ ଶୀତଳ ଏବଂ ସୁରକ୍ଷିତ ରଖିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶାପୋଷଣ କରାଯାଉଛି l ଭାରତ ବିକାଶ ପରିଷଦ ର ପାଞ୍ଚଟି ବିଭାଗ ମଧ୍ୟରୁ ପର୍ଯ୍ୟାବରଣ ବିଭାଗ ର ପ୍ରଥମ କାର୍ଯ୍ୟକ୍ରମ ଏହି ବୃକ୍ଷ ରୋପଣ ଦ୍ୱାର ଆରମ୍ଭ କରାଯାଇଛି l
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଶ୍ରୀଯୁକ୍ତ ନୃପରଳ ସାହୁ ଓ ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l ବିଦ୍ୟାଳୟ ର ପ୍ରାଚାର୍ଯ୍ୟ ଦିଗନ୍ତ କୁମାର ମହାପାତ୍ର ଙ୍କ ପୂର୍ଣ୍ଣ ସହାୟତା ରେ ତଥା ଅନୁଷ୍ଠାନ ର ସମସ୍ତ ସହକର୍ମୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟଟି ସୁଚାରୁ ରୂପ ସମ୍ପାଦନ ହୋଇଥିଲା l ଭାରତ ବିକାଶ ପରିଷଦ ର ସଭାପତି ଦୁର୍ଯ୍ୟୋଧନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ହୋଇଥିବା ବେଳେ ସମ୍ପାଦକ ଉମାକାନ୍ତ ନାଗ, ପର୍ଯ୍ୟାବରଣ ପ୍ରମୁଖ ସୁଶୀଲ କୁମାର ପାରଧିଆ ଓ ହରିଶଙ୍କର ମିଶ୍ର ସମସ୍ତ ପ୍ରକାର ସହଯୋଗ କରଥିଲେ l
ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ କୋଷାଧକ୍ଷ କ୍ଷୀରୋଦ କୁମାର ମେହେର ଉଦ୍ୟାନ ବିଭାଗ ର ଅତିରିକ୍ତ ନିର୍ଦେଶକ ହୃଷିକେଶ ଦାଶ, ବୈକୁଣ୍ଠ ନାଥ ଶତପଥୀ, ଡା ଦେବୀପ୍ରସାଦ ମହାପାତ୍ର, ଶିବପ୍ରସାଦ ପାତ୍ର, ପ୍ରମୋଦ କୁମାର ସାହୁ, ପଦ୍ମଲୋଚନ ମିଶ୍ର, ବିଶ୍ୱନାଥ ମେହେର, ଚନ୍ଦନ ପ୍ରହରାଜ, ଜ୍ୟୋତିର୍ମୟ ମିଶ୍ର, ମନୋଜ କୁମାର ଅଗ୍ରୱାଲ, ଜଳଧର ସାହୁ, ଆଡ଼ଭୋକେଟ ପ୍ରଫୁଲ୍ଲ କୁମାର ସାହୁ ଏବଂ ମହିଳା ସହଭାଗିତା ରେ ଅଧ୍ୟାପିକା ଡ଼. ପ୍ରତିମା ରଥ, ଅଧ୍ୟାପିକା ସୁନନ୍ଦା ସାହୁ, କବିତା ପଧାନ, ନିରୁପମା ପାରଧିଆ, ଲଷ୍ମୀପ୍ରିୟା ପାଣିଗ୍ରାହୀ, ସୁଜାତା ନାଗ, ଶ୍ରୀମତୀ କେ କୁମାରୀ, ସ୍ମିତାରାଣୀ ମେହେର, ଶ୍ରଦ୍ଧାଞ୍ଜଳି ମିଶ୍ର ଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ସୁନ୍ଦର ଧରଣୀ କୁ ସବୁଜ ସୁନ୍ଦର କରିବାରେ ସଂକଳ୍ପ ନେଇଥିଲେ