ସାଧାରଣ ଜନତା ବେଶରେ ଜିଲ୍ଲା ସଦର ଡାକ୍ତରଖାନାର ସ୍ଥିତି ପରଖିଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସାଧାରଣ ଲୋକଙ୍କ ବେଶରେ ଜିଲ୍ଲାପାଳ ନୃପରାଜ ସାହୁ ପରିଦର୍ଶନ କରିଛନ୍ତି । ନିଜ ସରକାରୀ ଗାଡିକୁ ଦୂରରେ ରଖି ସଧାରଣ ଲୋକ ଭଳିଆ ଚାଲି ଚାଲି ମେଡ଼ିକାଲ ପରିସର ର ମୁଖ୍ୟ ଗେଟ୍ ସୁରକ୍ଷା ବ୍ୟବସ୍ଥା ଠୁଁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କୁ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ କିଛି ଡାକ୍ତର ଙ୍କ ଅନୁପସ୍ଥିତି ବିଷୟରେ ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ପଚାରିବାରୁ ସଂପୃକ୍ତ ଡାକ୍ତରାଣୀ ଜିଲ୍ଲାପାଳଙ୍କୁ କହିଥିଲେ ଯେ ସାର ଏଡିଏମଓ ଙ୍କ ସହ ମିଟିଂ ରେ ଅଛନ୍ତି।

ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଏଡିଏମଓ ଙ୍କୁ ପଚାରି ବୁଝିବାରୁ ଅନୁପସ୍ଥିତ ଥିବା ସମ୍ପୃକ୍ତ ଡାକ୍ତର ଙ୍କୁ କୌଣସି ମିଟିଂ ଡାକି ନ ଥିବା କହିଥିଲେ। ପରେ ମିଟିଂ କଥା କହିଥିବା ଡ଼ାକ୍ତରାଣୀ ଜିଲ୍ଲାପାଳ ଙ୍କୁ ଚିହ୍ନି ଯାଇଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ । ଏଥିରୁ ସ୍ପଷ୍ଟ ଜଣା ପଡ଼ିଛି ଯେ ସାଧାରଣ ନିରୀହ ଗରୀବ ରୋଗୀ ଙ୍କୁ ଚିକିତ୍ସା ପାଇଁ ନିଯୁକ୍ତ ଭାଗବନ ସଦୃଶ୍ୟ ଡାକ୍ତର ମାନେ ନିଜ ଭିତରେ ସଲା ସୁତରା କରି ଠକ ମିଛ କହି ରୋଗୀ ସେବା ବନ୍ଦ କରି ସିଧା ନିଜ ବେସରକାରୀ କ୍ଲିନିକ୍ କୁ ଟଙ୍କା ଲୋଭ ରେ ଧାଉଁଛନ୍ତି l ବନ୍ଦ ପଡିଥିବା ଆଇସିୟୁ , ଭେଣ୍ଟି ଲେଟର ଓ ଅକ୍ସିଜେନ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟ ରେ ଅବଗତ ହୋଇ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ ଓ ଏହାକୁ କିଭଳି ତୁରନ୍ତ କାର୍ଯ୍ଯ କ୍ଷମ କରା ଯାଇ ପାରିବ ଏଡିଏମଓ ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ଅଲଟ୍ରା ସାଉଣ୍ଡ ହେଉ ନ ଥିବା ଜାଣି ମଧ୍ଯ ବିରକ୍ତି ପ୍ରକାଶ କରିଥିଲେ । ସୋନପୁର ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ଏବଂ ଡାକ୍ତର ଓ କର୍ମଚାରୀ ଙ୍କ ର୍ଦୁବ୍ୟବହାର ଓ ଡାକ୍ତର ଙ୍କ କ୍ଲିନିକ ନିଶା ପାଇଁ ସବୁବେଳେ ଅଭିଯୋଗ ଓ ସାରା ରାଜ୍ୟ ରେ ଚର୍ଚ୍ଚା ରେ ରହି ଆସିଛି। ଜିଲ୍ଲାପାଳଙ୍କ ଏ ତ୍ଵରିତ ପଦକ୍ଷେପ ଓ ଅଭିନବ ଢଙ୍ଗରେ ଛଦ୍ମ ବେଶରେ ଯାଇ ଡାକ୍ତରଖାନା ପରିଦର୍ଶନକୁ ଆଜି ସହରରେ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!